ଓଡିଶା

odisha

ETV Bharat / bharat

ଜମ୍ମୁ କାଶ୍ମୀର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ରାଜେଶ ବିନ୍ଦଲ - ଜମ୍ମୁ କାଶ୍ମୀର ହାଇକୋର୍ଟ

ଜମ୍ମୁ ଓ କାଶ୍ମୀର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ରାଜେଶ ବିନ୍ଦଲଙ୍କୁ କରାଯାଇଛି ନିଯୁକ୍ତ । ଅଧିକ ପଢନ୍ତୁ...

ଜମ୍ମୁ କାଶ୍ମୀର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ରାଜେଶ ବିନ୍ଦଲ
ଜମ୍ମୁ କାଶ୍ମୀର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ରାଜେଶ ବିନ୍ଦଲ

By

Published : Dec 8, 2020, 7:34 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ରାଜେଶ ବିନ୍ଦଲଙ୍କୁ କରାଯାଇଛି ନିଯୁକ୍ତ । ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କ ଅବସର ପରେ ତାଙ୍କ ସ୍ଥାନ ନେଇଛନ୍ତି ରାଜେଶ ବିନ୍ଦଲ ।

ଜମ୍ମୁ କାଶ୍ମୀର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ରାଜେଶ ବିନ୍ଦଲ

ଭାରତୀୟ ସମ୍ବିଧାନର ଧାରା 223 ଆଧାରରେ ରାଷ୍ଟ୍ରପତି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ତଥା ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ରାଜେଶ ବିନ୍ଦଲଙ୍କୁ ନିଯୁକ୍ତ କରିଛନ୍ତି । ସେ ବୁଧବାର ଠାରୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ଗ୍ରହଣ କରିବେ । ଜମ୍ମୁ କାଶ୍ମୀରର ଓ ଲଦାଖ ହାଇକୋର୍ଟର ନୂଆ ବିଚାରପତି ନିଯୁକ୍ତି ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସେପଟେ ଦାୟିତ୍ବରୁ ଅବସର ନେବା ପରେ ଜଷ୍ଟିସ ଗୀତା ମିତ୍ତଲ କହିଛନ୍ତି, ମୋ ଜୀବନର ଅନୁଭୂତି ଦର୍ଶାଇଛି ଯେ ଯେତେବେଳେ ବି ଭଗବାନ ଗୋଟିଏ କବାଟ ବନ୍ଦ କରନ୍ତି, ସେ ତୁମ ପାଇଁ ପ୍ରାସାଦର ଦ୍ବାର ଖୋଲିଦିଅନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ପ୍ରକୃତରେ ଏହା ବିଶ୍ବାସ କରେ, ଆସନ୍ତାକାଲି ମୋ ପାଇଁ ଆଉ ଏକ ଦ୍ବାର ଖୋଲିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details