ଓଡିଶା

odisha

ETV Bharat / bharat

କୋରୋନା ଯୋଗୁଁ ବିଦାୟ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ଜଷ୍ଟିସ୍ ଅରୁଣ ମିଶ୍ର - ଜଷ୍ଟିସ୍ ଅରୁଣ ମିଶ୍ର

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ର ସେପ୍ଟେମ୍ବର 2ରେ ଅବସର ନେଉଛନ୍ତି। ତେଣୁ ବାର୍‌ ଆସୋସିଏସନ ପକ୍ଷରୁ ତାଙ୍କୁ ବିଦାୟ ଦେବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ହେଲେ କୋରୋନା ମହାମାରୀ ସମୟରେ ଏହି ବିଦାୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ତାଙ୍କ ବିବେକ ଅନୁମତି ଦେଉନାହିଁ ବୋଲି ସେ କହିଛନ୍ତି।

କୋରୋନା ଯୋଗୁଁ ବିଦାୟ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ଜଷ୍ଟିସ୍ ଅରୁଣ ମିଶ୍ର
କୋରୋନା ଯୋଗୁଁ ବିଦାୟ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ଜଷ୍ଟିସ୍ ଅରୁଣ ମିଶ୍ର

By

Published : Aug 30, 2020, 10:29 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ର ବାର୍ ଆସୋସିଏସନର ବିଦାୟ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ। ଜଷ୍ଟିସ ମିଶ୍ର ସେପ୍ଟେମ୍ବର 2ରେ ଅବସର ନେଉଛନ୍ତି। ତେଣୁ ବାର୍‌ ଆସୋସିଏସନ ପକ୍ଷରୁ ତାଙ୍କୁ ବିଦାୟ ଦେବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ହେଲେ କୋରୋନା ମହାମାରୀ ସମୟରେ ଏହି ବିଦାୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ତାଙ୍କ ବିବେକ ଅନୁମତି ଦେଉନାହିଁ ବୋଲି ସେ କହିଛନ୍ତି। ଏଥିସହ ସେ ବାର୍ ଆସୋସିଏସନର ନିମନ୍ତ୍ରଣ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ସେ ଏକ ବିବୃତ୍ତି ଜାରି କରି କହିଛନ୍ତି, ମୁଁ ବାର୍ ଆସୋସିଏସନକୁ ନ୍ୟାୟପାଳିକାର ମା ଭାବରେ ଦେଖେ ଏବଂ ଏହାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଆନନ୍ଦର ବିଷୟ । କିନ୍ତୁ କୋଭିଡ -19 ମହାମାରୀର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୋର ବିବେକ ମୋତେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁମତି ଦେଉନାହିଁ। ଏଥିପାଇଁ ମୋତେ କ୍ଷମା କରନ୍ତୁ । ତେବେ ସ୍ଥିତି ସ୍ୱାଭାବିକ ହେବା ମାତ୍ରେ ସେ ନିଶ୍ଚିତ ଭାବରେ ଯାଇ ନିଜର ସମ୍ମାନ ଗ୍ରହଣ କରିବେ ବୋଲି ଜଷ୍ଟିସ୍ ମିଶ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜଷ୍ଟିସ ଅରୁଣ ମିଶ୍ର ସୁପ୍ରିମକୋର୍ଟର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ଏକ ଅଂଶ ଥିଲେ । ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଅବମାନନା ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠର ଅଂଶ ମଧ୍ୟ ଥିଲେ ଜଷ୍ଟିସ ଅରୁଣ ମିଶ୍ର । ଏହାପୂର୍ବରୁ ସେ କୋଲକାତା ହାଇକୋର୍ଟର ପ୍ରଧାନ ବିଚାରପତି ମଧ୍ୟ ରହିଛନ୍ତି। 1978 ରୁ 1999 ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିଅର୍ ବେଞ୍ଚରେ ଅଭ୍ୟାସ କରିବା ପରେ ଅରୁଣ ମିଶ୍ର ବିଚାରପତି ହୋଇଥିଲେ।

ABOUT THE AUTHOR

...view details