ଅମରାବତୀ: ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କନଗରାଜଙ୍କୁ ଆନ୍ଧ୍ରପ୍ରଦେଶର ନୂତନ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ସେ ଆଜି ସକାଳେ ବିଜୟୱାଡାର ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷରୁ ତିନି ବର୍ଷକୁ ହ୍ରାସ ନିମନ୍ତେ ଏକ ଅଧ୍ୟାଦେଶ ଜାରି କରିବାପରେ ତାଙ୍କୁ ଏହି ନିଯୁକ୍ତି ମିଳିଛି ।
ଗତ ଶୁକ୍ରବାର ପଞ୍ଚାୟତିରାଜ ଅଧିନିୟମରେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଧାରା 200କୁ ସଂଶୋଧିତ କରି ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହି ନିୟମ କାରଣରୁ ସରକାର ରାଜ୍ୟ ନିର୍ବାଚନ କମିଶନର(SEC) ନିମ୍ମାଗଡା ରମେଶ କୁମାରଙ୍କୁ ଅବ୍ୟାହତି ଦେଇଛନ୍ତି । ଅଧିନିୟମ ପ୍ରଣୟନ କରାଯିବା ପରେ ତାଙ୍କ କାର୍ଯ୍ୟକାଳ ଅଧାରୁ ସମାପ୍ତ ହୋଇଛି ।