ଅମ୍ରିତସର: ଦେଶରେ କୋଭିଡ୍-19 ମୁକାବିଲାର ପ୍ରମୁଖ ଦାୟିତ୍ଵ ପୋଲିସ୍ ହାତରେ ନ୍ୟସ୍ତ ରହିଛି। ଲକ୍-ଡାଉନ୍ ଠାରୁ ଆରମ୍ଭ କରି ସାଧାରଣ ଜୀବନଚର୍ଯ୍ୟା ପର୍ଯ୍ୟନ୍ତ ସବୁଥିରେ ପୋଲିସ୍ ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଭଳି ସ୍ଥିତିରେ ପୋଲିସଙ୍କ କାର୍ଯ୍ୟ ଉପରେ କୋରୋନା ମୁକାବିଲା ନିର୍ଭର କରୁଛି। ହେଲେ ପଞ୍ଜାବର ଏକ ଘଟଣା ସମଗ୍ର ଦେଶରେ ବେଶ୍ ଉଦବେଗ୍ ପ୍ରକାଶ କରାଇଛି।
ଚୋର କୋଭିଡ୍ ପଜିଟିଭ୍, ସଂକ୍ରମଣ ତାଲିକାରେ 7 ପୋଲିସ୍ ଅଫିସର୍ ଓ ଜଣେ ବିଚାରପତି - କୋରୋନା ଲ୍ୟାଟେଷ୍ଟ ନ୍ୟୁଜ୍
କୋଭିଡ୍ ଭୟ। କାହା ଶରୀରରେ ରହିଛି ଏହି ଭାଇରସ ଜଣାପଡୁ ନାହିଁ। ତେବେ ଜଣେ ଚୋରକୁ ଧରିବାକୁ ଯାଇ ତାର ସଂସ୍ପର୍ଶରେ ଆସିଥିବା ପୋଲିସ ଟିମ ଓ ଜଜ୍ ଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଛି। କାରଣ ଉକ୍ତ ଚୋରଟି କୋଭିଡ୍ ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲା।

ଚୋର ହେଲା କୋଭିଡ୍ ପଜିଟିଭ୍, ସଂକ୍ରମଣ ତାଲିକାରେ 7 ପୋଲିସ୍ ଅଫିସର୍ ଓ ଜଣେ ବିଚାରପତି
ସୂଚନା ଅନୁସାରେ, 7ଜଣ ପୋଲିସ୍ ଅଫିସରଙ୍କ ରକ୍ତନମୂନାରେ କୋଭିଡ୍-19ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡିଛି। ସେହିପରି ଜଣେ ବିଚାରପତିଙ୍କ ଠାରେ କୋରୋନା ଲକ୍ଷଣ ଦେଖିବାକୁ ମିଳିଛି।
ବିଚାରପତିଙ୍କୁ କ୍ଵାରେନଟାଇନ୍ ମଧ୍ୟରେ ରଖାଯାଇଥିବା ବେଳେ ପୋଲିସ ଅଫିସରମାନଙ୍କ ସ୍ବତନ୍ତ୍ର ଚିକିତ୍ସା କରାଯାଉଛି। ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭିରତାର ସହିତ ମୁକାବିଲା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ ଲକ୍-ଡାଉନ୍ ଅବଧିକୁ ମେ'1 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଘଟଣା ରାଜ୍ୟର ପୋଲିସ୍ ଵିଭାଗରେ ଆତଙ୍କ ସୃଷ୍ଟି କରିଛି।