ଓଡିଶା

odisha

ETV Bharat / bharat

ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ହେବେ ପରବର୍ତ୍ତୀ ସିଜେଆଇ - ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ

ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପରେ, ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି(ସିଜେଆଇ)। ବର୍ତ୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଗୋଗୋଇ ଚିଠି ମାଧ୍ୟମରେ ତାଙ୍କ ନାମକୁ ସୁପାରିଶ କରିଥିବା କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି।

ଫାଇଲ ଫଟୋ

By

Published : Oct 18, 2019, 12:56 PM IST


ନୂଆଦିଲ୍ଲୀ: ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି(ସିଜେଆଇ)। ବର୍ତ୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ରଞ୍ଜନ ଗୋଗୋଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବା ପାଇଁ ତାଙ୍କ ନାମ ସୁପାରିଶ କରିଛନ୍ତି। ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ସାମ୍ବିଧାନିକ ନିୟମ ଅନୁସାରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏହି ପଦ ଗ୍ରହଣ କରିଥାନ୍ତି।

ଚଳିତ ବର୍ଷ ନଭେମ୍ବରରେ ଜଷ୍ଟିସ ଗୋଗୋଇଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ, ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଆସନ୍ତା ମାସ 18ରେ ମୁଖ୍ୟ ବିଚାରପତି ଭାବେ ଶପଥ ନେଇପାରନ୍ତି। ସେ ସୁପ୍ରିମକୋର୍ଟର 47ତମ ସିଜେଆଇ ହେବେ। ଜଷ୍ଟିସ ବୋବଡେ 23 ଏପ୍ରିଲ 2021 ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଇବେ।

ଏପ୍ରିଲ 24, 1956ରେ ନାଗପୁରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ବୋବଡେ ସୁପ୍ରିମକୋର୍ଟର ବିଚାରପତି ଅଛନ୍ତି । ଏଥିସହିତ ମହାରାଷ୍ଟ୍ର ନ୍ୟାସନାଲ ଲ' ୟୁନିଭର୍ସିଟି, ମୁମ୍ବାଇ ଏବଂ ମହାରାଷ୍ଟ୍ର ନ୍ୟାସନାଲ ଲ' ୟୁନିଭର୍ସିଟିରେ, ନାଗପୁରର ଚାନସେଲର ଭାବେ କାର୍ଯ୍ୟ କରୁଛନ୍ତି। ନାଗପୁର ବିଶ୍ବବିଦ୍ୟାଳୟରେ ବିଏ ଏବଂ ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି ସେ।

ଉପନ୍ୟାୟଧୀଶ ଭାବେ ଜଷ୍ଟିସ ବୋବଡେ 29 ମାର୍ଚ୍ଚ 2000ରେ ବମ୍ବେ ହାଇକୋର୍ଟରେ ଖଣ୍ଡପୀଠ ଭାବେ ଅଂଶଗ୍ରହଣ କରିଥିଲେ । ଏହା ପରେ 2012 ଅକ୍ଟୋବର 16ରେ ମଧ୍ୟପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ । 2013 ଏପ୍ରିଲ 12ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ତାଙ୍କର ପଦୋନ୍ନତି ହୋଇଥିଲା । ତାଙ୍କ କାର୍ଯ୍ୟକାଳ 20121 ଏପ୍ରିଲ 23ରେ ଶେଷ ହେବ । ସୁପ୍ରିମକୋର୍ଟରେ ଜଷ୍ଟିସ ବୋବଡେଙ୍କ କାର୍ଯ୍ୟକାଳ 8 ବର୍ଷ ରହିଛି ।

ABOUT THE AUTHOR

...view details