ନୂଆଦିଲ୍ଲୀ: ବର୍ତ୍ତମାନ ୟୁପିରେ ସାମ୍ପ୍ରଦାୟିକ ହିଂସା ଏବଂ ଜଙ୍ଗଲ ରାଜ ବୃଦ୍ଧି ପାଉଛି ବୋଲି ସୋମବାର ଟ୍ବିଟ ଯୋଗେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ।
ୟୁପିରେ ହିଂସା ଓ ଜଙ୍ଗଲ ରାଜ ବୃଦ୍ଧି ପାଉଛି: ରାହୁଲ ଗାନ୍ଧୀ - ୟୁପିରେ ଜଙ୍ଗଲ ରାଜ ବୃଦ୍ଧି ପାଉଛି
ବର୍ତ୍ତମାନ ୟୁପିରେ ସାମ୍ପ୍ରଦାୟିକ ହିଂସା ଏବଂ ଜଙ୍ଗଲ ରାଜ ବୃଦ୍ଧି ପାଉଛି ବୋଲି ସୋମବାର ଟ୍ବିଟ ଯୋଗେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ।
![ୟୁପିରେ ହିଂସା ଓ ଜଙ୍ଗଲ ରାଜ ବୃଦ୍ଧି ପାଉଛି: ରାହୁଲ ଗାନ୍ଧୀ _rahul gandhi](https://etvbharatimages.akamaized.net/etvbharat/prod-images/768-512-8446583-601-8446583-1597650398462.jpg)
ଏକ ମିଡିଆ ରିପୋର୍ଟକୁ ଦର୍ଶାଇ ଟ୍ବିଟ ଯୋଗେ ସେ କହିଛନ୍ତି, ‘ସାମ୍ପ୍ରଦାୟିକ ଗୋଷ୍ଠୀ ବିରୁଦ୍ଧରେ ହିଂସା, ଦୁଷ୍କର୍ମ ୟୁପିରେ ବୃଦ୍ଧି ପାଉଛି । ସରପଞ୍ଚ ସତ୍ୟମେବଙ୍କ ହତ୍ୟା ଘଟଣାକୁ ଭୟଙ୍କର କହି ସେ ମୃତ ସରପଞ୍ଚଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଆହୁରି ମଧ୍ୟ ଟ୍ବିଟରେ କହିଛନ୍ତି, ‘ସରପଞ୍ଚ ସତ୍ୟମେବ ଜଣେ ଦଳିତ ହୋଇ ନାଁ କହିବାରୁ ତାଙ୍କୁ ହତ୍ୟା କରାଯାଇଛି ।
ରିପୋର୍ଟ ଅନୁଯାୟୀ, ଗତ ଶୁକ୍ରବାର ଦଳିତ ସରପଞ୍ଚଙ୍କୁ ଉଚ୍ଚ ଜାତି ଦ୍ବାରା ହତ୍ୟା କରାଯିବା ଅଭିଯୋଗ ପରେ ରାହୁଲ ଗାନ୍ଧୀ ଏହି ଟ୍ବିଟ କରିଛନ୍ତି । ସେହିପରି ଅଗଷ୍ଟ 13ରେ ୟୁପି ଲକ୍ଷ୍ମୀପୁର ଖେରୀରେ ଜଣେ 13 ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ୟୁପିରେ ଜଙ୍ଗଲ ରାଜ ବୃଦ୍ଧି ପାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।