ହାଇଦ୍ରାବାଦ: ପ୍ରତିବର୍ଷ ଜୁଲାଇ 28ରେ ପାଳନ ହୁଏ ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ । ଏହି ଦିନକୁ ବିଶ୍ବବ୍ୟାପୀ ପାଳନ କରିବା ପଛରେ ଉଦ୍ଦେଶ୍ୟ ହେଉଛି ଏକ ସ୍ଥିର ଓ ବିକାଶଶୀଳ ସମାଜର ସ୍ଥାପତ୍ୟ । ଏହା କେବଳ ଆଜି ନୁହେଁ, ବରଂ ଗତ କାଲି ଓ ଆସନ୍ତାକାଲିର ସୁଖ ସମୃଦ୍ଧି ପାଇଁ ମଧ୍ୟ ମୁଖ୍ୟ ଦାୟୀ । ତେଣୁ ବର୍ତ୍ତମାନ ଓ ଭବିଷ୍ୟତର ପୀଢି ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାର ରହିଛି ଅନେକ ଆବଶ୍ୟକତା । ତେବେ ଜଙ୍ଗଲ ନଷ୍ଟ, ବେଆଇନ ପଶୁପକ୍ଷୀ ଚାଲାଣ, ପ୍ରଦୂଷଣ, ପ୍ଲାଷ୍ଟିକ ବ୍ୟବହାର ଓ ରସାୟନିକତ ସାମଗ୍ରୀ ବ୍ୟବହାର ଆଦି ଏବେ ପ୍ରକୃତି ପାଇଁ ପାଲଟିଛି ଚିନ୍ତାର କାରଣ ।
ଜୀବନ ଧାରଣ ପାଇଁ ଆବଶ୍ୟକୀୟ ସାଧାରଣ ସାମଗ୍ରୀ ଯଥା ଜଳ, ବାୟୁ, ମୃତ୍ତିକା, ଖଣିଜ ଦ୍ରବ୍ୟ, ଗଛ, ପଶୁପକ୍ଷୀ ଓ ଖାଦ୍ୟ ଆଦି ଯୋଗାଇଛି ଧରିତ୍ରୀ ମାତା । ହେଲେ କ୍ରମଶଃ ମନୁଷ୍ୟର ଆବଶ୍ୟକତା ପୂରଣ କରିବାକୁ ଯାଇ ଆରମ୍ଭ ହୋଇଥିବା ଔଦ୍ୟୋଗିକ ବିକାଶ ଓ ଆହୁରି ଅନେକ ମାନବିକ କାର୍ଯ୍ୟକଳାପ ପ୍ରକୃତିକୁ ନଷ୍ଟ କରିଦେଇଛି । ମଣିଷ ଯାହା ବି କରୁ ନା କାହିଁକି ସେ ଏହା ଭୁଲିବା କଥା ନୁହେଁ କି ଏହାର ପ୍ରତ୍ୟେକ କ୍ରିୟାର ପ୍ରଭାବ ପ୍ରକୃତି ଉପରେ ପଡିଥାଏ ।
ଏସବୁକୁ ନଜରରେ ରଖି ପ୍ରକୃତିର ସଂରକ୍ଷଣ ଏକାନ୍ତ ଆବଶ୍ୟକ । ଏନେଇ ନିକଟ ଭବିଷ୍ୟତରେ ଘଟିବାକୁ ଥିବା ଭୟଙ୍କର ପରିଣାମ ନେଇ ବୈଜ୍ଞାନିକମାନେ ମଧ୍ୟ ଚେତାବନୀ ଦେଇ ସାରିଛନ୍ତି । ଏହାର ଗମ୍ଭୀରତା ବୁଝାଇବା ପାଇଁ ବିଭିନ୍ନ ଡକ୍ୟୁମେଣ୍ଟାରୀ ଓ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରାଯାଇଛି । ସେପଟେ ମାନବିକ କାର୍ଯ୍ୟକଳାପ ଯୋଗୁଁ ଦିନକୁ ଦିନ ପୃଥିବୀର ତାପମାତ୍ରା ଓ ଗ୍ଲୋବାଲ ୱାର୍ମିଂର ମାତ୍ରା ମଧ୍ୟ ବଢିବାରେ ଲାଗିଥିବା ଦେଖାଯାଉଛି । ପ୍ରାକୃତିକ ଦୁର୍ବିପାକ ଭୟଙ୍କର ହେଉଥିବା ବେଳେ ସାମୂଦ୍ରିକ ସ୍ତର ବଢୁଛି ଓ ଗ୍ଲେସିର ତରଳିବା ଆରମ୍ଭ ହୋଇଛି ।
ତେଣୁ ପ୍ରକୃତିକୁ କେବଳ ତା’ପାଇଁ ନୁହେଁ ବରଂ ଆମ ଭବିଷ୍ୟତ ପାଇଁ ମଧ୍ୟ ସୁରକ୍ଷା ପ୍ରଦାନ କରିବାର ଆବଶ୍ୟକତା ରହିଛି । ତେବେ କିପରି ପ୍ରକୃତିକୁ ସୁରକ୍ଷା ପ୍ରଦାନ କରିହେବ ଜାଣନ୍ତୁ ...