ପାଟନା: ନୂଆ ଟ୍ରାଫିକ ନିୟମକୁ ନେଇ ଲୋକଙ୍କ କୋକୁଆ ଭୟ । କଟକଣାକୁ ନେଇ ଭୟଭୀତ ଲୋକେ । କେଉଁଠି କାର ଡ୍ରାଇଭର ହେଲମେଟ ପିନ୍ଧିନଥିବାରୁ ଚାଲାଣ କଟୁଛି ତ କେଉଁଠି ଶଗଡ ଗାଡିକୁ ଫାଇନ ଦେବାକୁ ପଡିଛି । ଏଭଳି ପରିସ୍ଥିତି ଉପୁଜିଛି ଯେ, ବିନା ଗାଡିରେ ବି ଲୋକେ ହେଲମେଟ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି । ବିହାରର ହାଜିପୁର ନ୍ୟାସନାଲ ହାଇୱେରେ ଜଣେ ଜୁଗାଡ ଗାଡି ଚାଳକ ହେଲମିଟ ପିନ୍ଧିଥିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି ।
କଟକଣାର କୋକୁଆ ଭୟ: ହେଲମେଟ ପିନ୍ଧି ଗାଡି ଚଳାଇଲେ ଜୁଗାଡ ଚାଳକ - ହେଲମେଟରେ ଜୁଗାଡ ଚାଳକ
ନା ଆରସି ବୁକ, ପ୍ରଦୂଷଣ(ଏନଓସି) ଓ ନା ଅଛି ବୀମା । ତଥାପି ଭୟରେ ହେଲମେଟ ପିନ୍ଧି ଗାଡି ଚଳାଛନ୍ତି ଜୁଗାଡ ଗାଡି ଚାଳକ ।
ଜୁଗାଡ ଗାଡିର ଆରସି ବୁକ ନଥିବାବେଳେ,ପ୍ରଦୂଷଣ(ଏନଓସି) ଓ ବୀମା ବି ନାହିଁ । ତଥାପି ଭୟ ଏପରି ଯେ, ଜୁଗାଡି ଗାଡି ଚାଳକ ମଧ୍ୟ ହେଲମିଟ ପିନ୍ଧି ଗାଡି ଚଳାଉଛନ୍ତି । ଏହି ଗାଡି ମୁଖ୍ୟତଃ କୌଣସି କମ୍ପାନୀର ନୁହେଁ ଗ୍ୟାରେଜରେ କାମ କରୁଥିବା କାମ ଜଣେ କର୍ମଚାରୀଙ୍କ ଦ୍ବାରା ତିଆରି କରାଯାଇଛି ।
ଅନ୍ୟ ଗାଡି ପରି ଏହି ଗାଡି ମଧ୍ୟ ପ୍ରବଳ ବେଗରେ ଗତି କରୁଛି । କିନ୍ତୁ ନିୟମ ଅନୁସାରେ ଗାଡିର ରେଜିଷ୍ଟ୍ରେସନ କରାଯାଇ ପାରିବ ନାହିଁ । ତେବେ ଏହି ଠେଲା ଗାଡି ବିପଦମୁକ୍ତ ନଥିବାବେଳେ ସଂଶୋଧିତ ମୋଟର ଯାନ ନିୟମରେ ସାମିଲ ହୋଇପାରିବ ନାହିଁ ।
ତେଣୁ ଚାଳକ ଜଣକକୁ ପୋଲିସ ଅଟକାଇ ଗାଡିର କାଗଜପତ୍ର ମାଗିବା ପୂର୍ବରୁ ହେଲମିଟ ପିନ୍ଧି ପାର ହେବାକୁ ଚେଷ୍ଟା କରୁଛନ୍ତି ।