ଚେନ୍ନାଇ: ତାମିଲନାଡୁସ୍ଥିତ ଡଃ ଆମ୍ବେଦକର ଆଇନ ଏକାଡେମୀରେ ଶନିବାର ଅନୁଷ୍ଠିତ ହୋଇଯାଇଛି ଚଳିତ ବର୍ଷର ସ୍ବତନ୍ତ୍ର ସମାବର୍ତ୍ତନ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଘୋଷଣା କରିଛନ୍ତି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ । ବିଶେଷ କରି ଦେଶରେ ନିଆଯାଉଥିବା ସମସ୍ତ ନ୍ୟାୟିକ ନିର୍ଣ୍ଣୟର ଆଞ୍ଚଳିକ ଭାଷାରେ ଅନୁବାଦ କରିବାକୁ ସେ ପ୍ରାଧାନ୍ୟ ଦେଇଛନ୍ତି ।
ଏହାଦ୍ବାରା ସମ୍ପୃକ୍ତ ମାମଲା ସହ ଜଡିତ ଲୋକେ କୋର୍ଟଙ୍କ ରାୟକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରିବେ । ଏଥିପାଇଁ ଆବଶ୍ୟକ ସ୍ଥଳେ ଆଇନ ଦ୍ବାରା ଅନୁମୋଦିତ ଅନୁବାଦିତ ନିର୍ଣ୍ଣୟକୁ ଲିଖିତ ଆକାରରେ ହାଇକୋର୍ଟ ଦ୍ବାରା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିବା ଦରକାର । ଏହି ଅବସରରେ ରାଷ୍ଟ୍ରପତି କୋବିନ୍ଦ ଏହା ମଧ୍ୟ କହିଥିଲେ ଯେ 2017 ମସିହାରେ କେରଳ ହାଇକୋର୍ଟର ଡାଇମଣ୍ଡ ବା ହୀରକ ଜୟନ୍ତରେ ମଧ୍ୟ ସମାନ ପ୍ରସ୍ତାବ ରଖିଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର ଯାହାକୁ ନେଇ କିଛି ଦିନ ପରେ ଛତିଶଗଡ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଟି. ବି ରାଧାକ୍ରିଷ୍ଣନଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା । ଆଲୋଚନାର କିଛି ଦିନ ମଧ୍ୟରେ ଛତିଶଗଡ ହାଇକୋର୍ଟ ଏହାକୁ କାର୍ଯ୍ୟକାରୀ କରିଥିଲେ । ଏହାପରଠାରୁ ମାମଲାରେ ସମ୍ପୃକ୍ତ ଲୋକେ ଏହାକୁ ନିଜ ଆଞ୍ଚଳିକ ଭାଷାରେ ଲିଖିତ ଆକାରରେ ପାଇପାରୁଛନ୍ତି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର ଏନେଇ ସୁପ୍ରିମକୋର୍ଟରେ ବିଚାର ବିମର୍ଶ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ । ତେବେ ହୀରକ ଜୟନ୍ତୀ ଅବସରରେ ଦେଶର ପୂର୍ବତନ ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର କେରଳ ରାଜ୍ୟପାଳ ପି ସଦାଶିବମ୍, ସୁପ୍ରିମକୋର୍ଟ ଜଜ ଜଷ୍ଟିସ ଏସ୍ ଏ ବୋବଡେ ଓ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ବିଜୟ ତହିଲରମନୀଙ୍କୁ ରାଷ୍ଟ୍ରପତି ଏଲଏଲଡି ଡିଗ୍ରୀ ପ୍ରଦାନ କରିଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର ରାଷ୍ଟ୍ରପତି ନିଜ ମତ ରଖି ଏହା କହିଥିଲେ କି ଦେଶରେ ଆଇନ ବ୍ୟବସ୍ଥା ସମସ୍ତଙ୍କୁ ଉଚିତ ନ୍ୟାୟ ଯୋଗାଇବାକୁ ସମର୍ଥ ହେବା ଦରକାର । ଏଥିପାଇଁ ଏହି ବ୍ୟବସାୟ ପ୍ରତି କର୍ମଜୀବୀଙ୍କର ସଚ୍ଚୋଟପଣିଆ ରହିବା ଦରକାର । ଏହାସହ ପ୍ରତିଟି ବ୍ୟକ୍ତି ଏହାକୁ ସମ୍ମାନ ଦେବା ସହ ଏହା ଉପରେ ବିଶ୍ବାସ ରଖିବା ଦରକାର ।
ଏହି ବ୍ୟବସାୟରେ ଥିବା ସମସ୍ତ ବ୍ୟକ୍ତି ଯଥା ଓକିଲ, ବିଚାରପତି, କୋର୍ଟ କର୍ମଚାରୀ ଏବଂ ଆଇନ ଆଧ୍ୟାପକଙ୍କର ଗୋଟିଏ ପ୍ରଧାନ ଦାୟିତ୍ବ ରହିଛି । ଯାହା ହେଉଛି ଆଇନର ନିୟମ କାନୁନ ପ୍ରତି ସଜାଗ ରହି କାମ କରିବା । କାରଣ ସେମାନଙ୍କ କାର୍ଯ୍ୟଶୈଳୀ ଓ ଏହାର ପରିଣାମ ଅନେକ ଲୋକ ଏବଂ ସମାଜକୁ ପ୍ରଭାବିତ କରିଥାଏ । ଯାହା ଏକ ସୁସ୍ଥ ଓ ସଚ୍ଚୋଟ ସମାଜ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।