କୋଲକାତା: ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଓ ତାଙ୍କ ଟିମ ଉପରକୁ ଆକ୍ରମଣ ଘଟଣାରେ ପ୍ରଶାସନିକ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି । ସୁରକ୍ଷା ବ୍ୟବସ୍ଥାରେ ଅହେତୁକ ଅବହେଳା କାରଣ ଦର୍ଶାଇ 3 ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି ନିର୍ଦ୍ଦେଶନାମା ଜାରି କରିଛି ।
ଗତ 10 ତାରିଖରେ ଏକ ସାଧାରଣ ସଭାରେ ଯୋଗ ଦେବା ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ତାଙ୍କ ଟିମ ଯାଉଥିବା ବେଳେ ତାଙ୍କ କନଭେୟ ଉପରେ ପଥର ମାଡ କରାଯାଇଥିଲା । ହାତରେ କିଛି ତୃଣମୂଳ କଂଗ୍ରେସର ପତକା ଧରିଥିବା କର୍ମୀ ନଡ୍ଡାଙ୍କ ଗାଡି ଉପରକୁ ପଥର ଫିଙ୍ଗିଥିବା ଦେଖାଯାଇଥିଲା । ତେବେ ଏହି ଘଟଣାରେ ବିଜେପିର ଅନେକ ନେତା ଆହତ ହୋଇଥିଲେ ।