ଓଡିଶା

odisha

ETV Bharat / bharat

ପ୍ରଚାର ମୈଦାନରେ ନଡ୍ଡାଙ୍କ ପ୍ରଶ୍ନ: ବାହୁବଳୀ ରାଜ ଦରକାର ନା ବିକାଶ? - ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଜେପି ନଡ୍ଡା

ଶୁକ୍ରବାର ଗାନ୍ଧୀ ମୈଦାନରେ ମୋଦି ସରକାରଙ୍କ ବିକାଶର ଚିଠା ଖୋଲିଛନ୍ତି ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଜେପି ନଡ୍ଡା ।ବାହୁବଳୀ ରାଜ ଓ ବିକାଶ ମଧ୍ୟରୁ ଜନସାଧାରଣ କଣ ଚାହୁଁଛନ୍ତି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି ।

ପ୍ରଚାର ମୈଦାନରେ ନଡ୍ଡାଙ୍କ ପ୍ରଶ୍ନ: ବାହୁବଳୀ ରାଜ ଦରକାର ନା ବିକାଶ?
ପ୍ରଚାର ମୈଦାନରେ ନଡ୍ଡାଙ୍କ ପ୍ରଶ୍ନ: ବାହୁବଳୀ ରାଜ ଦରକାର ନା ବିକାଶ?

By

Published : Oct 30, 2020, 10:01 PM IST

ପାଟନା: ବିହାରରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜୋରସୋରରେ ଜାରି ରହିଛି ପ୍ରଚାର ଅଭିଯାନ । ଏହି କ୍ରମରେ ଶୁକ୍ରବାର ଗାନ୍ଧୀ ମୈଦାନରେ ମୋଦି ସରକାରଙ୍କ ବିକାଶର ଚିଠା ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଜନସଭାକୁ ସମ୍ବୋଧିତ କରି ନଡ୍ଡା କହିଛନ୍ତି, 15 ବର୍ଷ ପୂର୍ବେ ଯେତେବେଳେ ନିର୍ବାଚନ ଆସୁଥିଲା, ସେତେବେଳେ ପ୍ରାର୍ଥୀ କେଉଁ ଜାତିର ବୋଲି ଆଲୋଚନା ହୋଇଥିଲା। ହେଲେ ବର୍ତ୍ତମାନ ତାହା ନୁହେଁ । 15 ବର୍ଷ ପୂର୍ବେ ରାଜ୍ୟର ଗାଁରେ ବିଦ୍ୟୁତ ନଥିଲା । ଏବେ ଦିନରାତି ବିଦ୍ୟୁତ ଯୋଗାଣ କରାଯାଉଛି ବୋଲି କହିଛନ୍ତି ନଡ୍ଡା ।

ଜନସାଧାରଣଙ୍କୁ ସମ୍ବୋଧିତ କରି ନଡ୍ଡା ପଚାରିଛନ୍ତି, ଆପଣ ଚାହୁଁଛନ୍ତି କି ଲଣ୍ଠନର ଯୁଗ ପୁଣି ଆସିବ ? ଜନତା ଲଣ୍ଠନ ଯୁଗ ନା ଏଲଇଡି ଯୁଗ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ ସେ । ସେହିପରି ବାହୁବଳୀ ରାଜ ଓ ବିକାଶ ମଧ୍ୟରୁ କଣ ଚାହୁଁଛନ୍ତି ବୋଲି ନଡ୍ଡା ପଚାରିଥିଲେ ।

ଆରଜେଡିକୁ ଟାର୍ଗେଟ କରି ନଡ୍ଡା କହିଛନ୍ତି ଯେ 15 ବର୍ଷ ପୂର୍ବେ ଲୋକମାନେ ଅପହରଣ ଭୟରେ ବିହାରର ବଜାରକୁ ଯିବାକୁ ସାହସ କରୁନଥିଲେ। ଶାହାବୁଦ୍ଦିନଙ୍କ ପରି ଲୋକମାନେ ଲାଲୁଙ୍କ ଶାସନରେ ନିର୍ଭୟରେ ବୁଲୁଥିଲେ। ହେଲେ ଯେତେବେଳେ ନିତିଶ କୁମାରଙ୍କ ସରକାର ଆସିଲା, ପ୍ରଥମେ ଶାହାବୁଦ୍ଦିନଙ୍କ ପରି ଲୋକଙ୍କୁ ଜେଲକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହା ହେଉଛି ନିତିଶଙ୍କ ଉତ୍ତମ ଶାସନ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ABOUT THE AUTHOR

...view details