ଓଡିଶା

odisha

By

Published : Jul 28, 2020, 2:07 PM IST

ETV Bharat / bharat

ସାମ୍ବାଦିକ ବିକ୍ରମ ହତ୍ୟାକାଣ୍ଡ, ଫେରାର ଅଭିଯୁକ୍ତ ମୁଣ୍ଡରେ 25,000 ପୁରସ୍କାର ରାଶି

ସାମ୍ବାଦିକ ବିକ୍ରମ ଯୋଶୀଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଆକାଶ ବିହାରୀଙ୍କ ମୁଣ୍ଡରେ 25,000 ଟଙ୍କା ପୁରସ୍କାର ରାଶି। ସୋମବାର (ଜୁଲାଇ 27) ଗାଜିଆବାଦ ଏସଏସପି ଏ ସମ୍ପର୍କରେ ସୂଚନା ପ୍ରଦାନ କରି ପୁରସ୍କାର ରାଶି ଘୋଷଣା କରିଛନ୍ତି।

ସାମ୍ବାଦିକ ଯୋଶୀ ହତ୍ୟାକାଣ୍ଡ, ଫେରାର ଆକାଶ ବିହାରୀ ମୁଣ୍ଡରେ 25,000 ପୁରସ୍କାର ରାଶି
ସାମ୍ବାଦିକ ଯୋଶୀ ହତ୍ୟାକାଣ୍ଡ, ଫେରାର ଆକାଶ ବିହାରୀ ମୁଣ୍ଡରେ 25,000 ପୁରସ୍କାର ରାଶି

ଲକ୍ଷ୍ନୌ: ସାମ୍ବାଦିକ ବିକ୍ରମ ଯୋଶୀଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଆକାଶ ବିହାରୀଙ୍କ ମୁଣ୍ଡରେ 25,000 ଟଙ୍କା ପୁରସ୍କାର ରାଶି। ସୋମବାର (ଜୁଲାଇ 27) ଗାଜିଆବାଦ ଏସଏସପି ଏ ସମ୍ପର୍କରେ ସୂଚନା ପ୍ରଦାନ କରି ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଜୁଲାଇ 20 ରେ ଯୋଶୀଙ୍କ ହତ୍ୟା ପୂର୍ବରୁ ଆକାଶ ବିହାରୀ ନାଁରେ ଅଭିଯୋଗ କରାଯାଇଥିଲା। ପୁରସ୍କାର ବ୍ୟତୀତ ଗାଜିଆବାଦ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରୁ ଜାମିନ ବିହୀନ ୱାରେଣ୍ଟ ମଧ୍ୟ ହାସଲ କରିଛି ଯାହା ପରେ ବିହାରୀଙ୍କୁ ଧରିବା ପାଇଁ ପୋଲିସକୁ ପହଁଞ୍ଚିବାକୁ ସହଜ ହେବ।

ଉଲ୍ଲେଖଯୋଗ୍ୟ, ଯୋଶୀଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତ ରବି ଏବଂ ଛୋଟୁଙ୍କ ସମେତ 9 ଜଣଙ୍କୁ ଗିରଫ କରିସାରିଛି। ଡ୍ୟୁଟି ଅବହେଳା ପାଇଁ ବିଜୟାନଗର ଏସଏଚଓ ବା ଷ୍ଟେସନ ହାଉସ ଅଫିସରଙ୍କୁ ଏବଂ ପ୍ରତାପ ବିହାର ଆଉଟପୋଷ୍ଟ ଇନଚାର୍ଜକୁ ମଧ୍ୟ ନିଲମ୍ବିତ କରାଯାଇଛି।

ଜୁଲାଇ 21 ରେ ଅଜଣା ଦୁର୍ବୃତ୍ତଙ୍କ ଦ୍ୱାରା ଗୁଳି ଚଳାଇବା ପରେ ଯୋଶୀଙ୍କର ମୃତ୍ୟୁ ହୋଇଥିଲା। ଯୋଶୀଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କୁ ଗାଜିଆବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯୋଶୀଙ୍କ ଉପରେ ଆକ୍ରମଣ ଗାଜିଆବାଦର ପ୍ରତାପ ବିହାରର ମାତା କଲୋନୀରେ ହୋଇଥିଲା। ଡାକ୍ତରଙ୍କ କହିବାନୁସାରେ, ବୁଲେଟ୍ ଆଘାତ ଯୋଗୁଁ ଯୋଶୀଙ୍କ ମୁଣ୍ଡରେ ଥିବା ସ୍ନାୟୁ ଅକାମୀ ହୋଇଯାଇଥିଲା। ଯୋଶୀ ଏକ ସ୍ଥାନୀୟ ଖବରକାଗଜରେ କାମ କରୁଥିଲେ।

ABOUT THE AUTHOR

...view details