ଓଡିଶା

odisha

ETV Bharat / bharat

ହାଥରସ କାଣ୍ଡ: ରାହୁଲ ଗାନ୍ଧୀଙ୍କୁ ଭେଟିଲେ ଗିରଫ ସାମ୍ବାଦିକଙ୍କ ପତ୍ନୀ - siddique kappan wife meet rahul gandhi

ହାଥରସ ଘଟଣାରେ ହିଂସା ଷଡଯନ୍ତ୍ର ଅଭିଯୋଗରେ ଗିରଫ ହୋଇଥିବା କେରଳର ସାମ୍ବାଦିକ ସିଦ୍ଦିକି କପନଙ୍କୁ ମୁକ୍ତ କରିବା ଦାବି ତୀବ୍ର ହେବାରେ ଲାଗିଛି । ବୁଧବାର କପନଙ୍କ ପତ୍ନୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାଇନାଡା ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

ହାଥରସ କାଣ୍ଡ
ହାଥରସ କାଣ୍ଡ

By

Published : Oct 22, 2020, 5:23 PM IST

ନୂଆଦିଲ୍ଲୀ:ହାଥରସ ଘଟଣାରେ ହିଂସା ଷଡଯନ୍ତ୍ର ଅଭିଯୋଗରେ ଗିରଫ ହୋଇଥିବା କେରଳର ସାମ୍ବାଦିକ ସିଦ୍ଦିକି କପନଙ୍କୁ ମୁକ୍ତ କରିବା ଦାବି ତୀବ୍ର ହେବାରେ ଲାଗିଛି । ବୁଧବାର କପନଙ୍କ ପତ୍ନୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାଇନାଡା ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । କପନଙ୍କ ପତ୍ନୀ ଦାବି କରିଛନ୍ତି ଯେ ସିଦ୍ଦିକିଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ।

ପ୍ରକାଶଥାଉକି, ସିଦ୍ଦିକି କପନଙ୍କ ସମେତ ତିନି ଜଣଙ୍କୁ ଉତ୍ତରପ୍ରଦେଶ ପୋଲିସ ମଥୁରାରୁ ଗିରଫ କରିଥିଲା। ଏମାନେ ହାଥରସରେ ପୀଡିତାଙ୍କ ଘରକୁ ଯାଉଥିଲେ । ସମସ୍ତ ଚାରିଜଣ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ରେ କାମ କରୁଥିବା ଅଭିଯୋଗ ହୋଇଛି। ଏହି ଦଙ୍ଗାର ଷଡଯନ୍ତ୍ରରେ ସିଦ୍ଦିକିଙ୍କ ସମେତ ଚାରିଜଣ ସମ୍ପୃକ୍ତ ଥିବା ୟୁପି ପୋଲିସ ଦାବି କରିଛି।

ସିଦ୍ଦିକି କପନଙ୍କ ପତ୍ନୀ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ କହିଛନ୍ତି,‘ ଆମେ ବର୍ତ୍ତମାନ ନ୍ୟାୟ ପାଇବୁ ବୋଲି ଆଶା କରୁଛୁ। ମିଥ୍ୟା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବାରୁ ଆମେ ଚିନ୍ତିତ । ଗିରଫ ପରଠାରୁ କପନଙ୍କ ସହ ପରିବାରର କୌଣସି ସମ୍ପର୍କ ନାହିଁ ଏବଂ ତାଙ୍କ ଓକି ମଧ୍ୟ ତାଙ୍କୁ ଭେଟି ପାରି ନାହାଁନ୍ତି । ମୋ ସ୍ବାମୀଙ୍କର କୌଣସି ଭୁଲ ନାହିଁ ’।

ପ୍ରକାଶଥାଉକି, ରାହୁଲ ଗାନ୍ଧୀ ଗତ ତିନି ଦିନ ଧରି କେରଳ ଗସ୍ତରେ ଥିଲେ । କାଲପେଟାର ଗେଷ୍ଟ ହାଉସରେ ସିଦ୍ଦିକି କପନଙ୍କ ପତ୍ନୀ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏହି ମାସ ଆରମ୍ଭରେ ୟୁପି ପୋଲିସ କପନଙ୍କ ସମେତ 4 ଜଣଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କ ବିରୋଧରେ UAPA ଅଧୀନରେ ମାମଲା ରୁଜୁ କରିଥିଲା ।

ABOUT THE AUTHOR

...view details