ଓଡିଶା

odisha

ETV Bharat / bharat

ଅଳିଆଗଦାରୁ ଉଦ୍ଧାର ଶିଶୁକନ୍ୟାକୁ ଆପଣେଇବେ ସାମ୍ବାଦିକ ଦମ୍ପତି

ଅଳିଆଗଦାରେ ପଡିଥିବା ଶିଶୁକନ୍ୟା ଏବେ ପାଇବ ପରିଚୟ। ଶିଶୁକୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଆଗେଇ ଆସିଛନ୍ତି ସାମ୍ବଦିକ ଦମ୍ପତି ବିନୋଦ କାପ୍ରି ଏବଂ ନ୍ୟୁଜ ଆଙ୍କର ସାକ୍ଷୀ ଜୋଶୀ ।

By

Published : Jun 17, 2019, 12:03 PM IST

ଫଟୋ ସୌଜନ୍ୟ : ଟ୍ବିଟର@vinodkapri

ଜୟପୁର: ରାଜସ୍ଥାନର ନାଗୌର ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ରାସ୍ତା କଡ ଅଳିଆଗଦାରେ ପଡି ରାହାଧରି କାନ୍ଦୁଥିଲା କଅଁଳ ଶିଶୁ । ସ୍ଥାନୀୟ ଲୋକଙ୍କ କାନରେ ପଡିଥିଲା କାନ୍ଧ। ଲୋକେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଉ ଅଲୋଡା ଶିଶୁର ପରିଚୟ ନେଇ ସେ ଚିକିତ୍ସିତ ହେଉଥିଲା ହସ୍ପଟାଲରେ । ଠିକ ଏହି ସମୟରେ ଦେବତା ସାଜି ଆସିଛନ୍ତି ସାମ୍ବାଦିକ ଦମ୍ପତି । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ।

ଭିଡିଓ ସୌଜନ୍ୟ : ଟ୍ବିଟର@vinodkapri

ସେମାନେ ଦେବେ ଏହି ଅଲୋଡା ଶିଶୁକୁ ପରିଚୟ । ଆଉ ତା ନାମ କହିବା ପୂର୍ବରୁ କେହି ଅଲୋଡା ଶବ୍ଦଟି ବ୍ୟବହାର କରିବେ ନାହିଁ । ସାମ୍ବାଦିକ ଦମ୍ପତି ଆଇନ ଅନୁଯାୟୀ ଶିଶୁକନ୍ୟାକୁ ପୋଷ୍ୟଭାବେ ଗ୍ରହଣ କରିବା ପାଇଁ ଚେଷ୍ଟାଜାରି ରଖିଛନ୍ତି । ତେବେ ଏହି ସାମ୍ବାଦିକ ହେଲେ ବିନୋଦ କାପ୍ରି ଏବଂ ନ୍ୟୁଜ ଆଙ୍କର ସାକ୍ଷୀ ଜୋଶୀ । ପିଲାଟିର ନାମ ପିହୁ ରଖାଯିବ ବୋଲି ସ୍ଥିର କରିଛି କାପ୍ରି ପରିବାର।

ଭିଡିଓ ସୌଜନ୍ୟ : ଟ୍ବିଟର@vinodkapri

ବର୍ତ୍ତମାନ ପିହୁ ରାଜସ୍ଥାନ ନାଗୌରର ଜେଏଲଏନ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଧିରେ ଧିରେ ସେ ସୁସ୍ଥ ହେବାରେ ଲାଗିଛି। ହସ୍ପିଟାଲର ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ବିନୋଦ । କିଛିଦିନ ତଳେ ଶିଶୁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଦମ୍ପତି ପିଲାଟିକୁ ନେବା ପାଇଁ ଆଗେଇ ଆସିଥିଲେ।

For All Latest Updates

ABOUT THE AUTHOR

...view details