ଓଡିଶା

odisha

ETV Bharat / bharat

ଗୁଜବ ପ୍ରଚାର କରି ଗିରଫ ହେଲେ ସମ୍ବାଦିକ

କୋରୋନା ଲକଡାଉନ ସମୟରେ ଗୁଜବ ସୃଷ୍ଟି ଘଟଣା । ଜାତୀୟ ଗଣମାଧ୍ୟମର ସାମ୍ବାଦିକ ରାହୁଲ କୁଲକର୍ଣ୍ଣିଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ । ଅଧିକ ପଢନ୍ତୁ...

ଗୁଜବ ପ୍ରଚାର କରି ଗିରଫ ହେଲେ ସମ୍ବାଦିକ
ଗୁଜବ ପ୍ରଚାର କରି ଗିରଫ ହେଲେ ସମ୍ବାଦିକ

By

Published : Apr 15, 2020, 10:30 PM IST

ମୁମ୍ବାଇ: କୋରୋନା ଲକଡାଉନ ସମୟରେ ଗୁଜବ ସୃଷ୍ଟି ଘଟଣାରେ ଜାତୀୟ ଗଣମାଧ୍ୟମର ସାମ୍ବାଦିକ ରାହୁଲ କୁଲକର୍ଣ୍ଣିଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ । ରାହୁଲଙ୍କୁ ତାଙ୍କ ଘର ଓସମାନାବାଦରୁ ପୋଲିସ ଗିରଫ କରିଥିବା ଜଣାପଡିଛି । ରାହୁଲଙ୍କୁ ପୋଲିସ କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ରାହୁଲ କୁଲକର୍ଣ୍ଣିଙ୍କ ବିରୋଧରେ ଆଇପିସି ଧାରା 188, ଧାରା 269, ଧାରା 270 ଓ ଧାରା 117 ଆଧାରରେ ମାମଲା ରୁଜୁ କରାଯାଇଛି ।

କୋରୋନା ଯୋଗୁଁ ଦେଶରେ ଜାରି ଲକଡାଉନ ସମୟରେ ଗୁଜବ ପ୍ରଚାର ନେଇ ସାମ୍ବାଦଦାତା ରାହୁଲ କୁଲକର୍ଣ୍ଣିଙ୍କ ବିରୋଧରେ ଅଭିଯୋଗ ରହିଛି । କୁଲକର୍ଣ୍ଣି ତାଙ୍କ ଚ୍ୟାନେଲରେ ଜନ ସାଧରଣଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ପୁନଃ ଆରମ୍ଭ ହେବ ବୋଲି କହିଥିଲେ । ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଏହି ବିବାଦୀୟ ପ୍ରସାରଣର ଭିଡିଓ କ୍ଲିପ ସେୟାର କରି ମଙ୍ଗଳବାର ଦିନ ବାନ୍ଦ୍ରା ଷ୍ଟେସନରେ ଥିବା ବିଶୃଙ୍ଖଳା ଦୃଶ୍ୟ ସହ ଯୋଡିଥିଲେ । କୁଲକର୍ଣ୍ଣି ତାଙ୍କ ରିପୋର୍ଟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ପଠାଇବା ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ ହେବା ନେଇ କହିଥିଲେ ।

ଏହାପରେ ମଙ୍ଗଳବାର ଦିନ ବାନ୍ଦ୍ରା ଷ୍ଟେସନ ବାହାରେ 1000 ରୁ ଅଧିକ ଲୋକ ଏକତ୍ରିତ ହୋଇ ଲକଡାଉନ ଉଲ୍ଲଂଘନ କରି ନିଜ ଘରକୁ ଫେରିବାକୁ ଉଦ୍ୟମ କରିଥିଲେ । ଫଳରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । କୋରୋନା ସଙ୍କଟ ମଧ୍ୟରେ ଗୁଜବ ପ୍ରଚାର ଏବେ ବିଶୃଙ୍ଖଳାକୁ ଇନ୍ଧନ ଯୋଗାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details