ହାଇଦ୍ରାବାଦ: ସାମ୍ବାଦିକଙ୍କ ନିର୍ଯ୍ୟାତନା ଅଭିଯୋଗ । ବିଧାୟକଙ୍କ ବିରୋଧରେ ରିପୋର୍ଟିଂ କରି ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ସାମ୍ବାଦିକ ଜଣକ ତେଲୁଗୁ ଟିଭି ଚ୍ୟାନେଲରେ କାର୍ଯ୍ୟରତ। ସେ ସ୍ଥାନୀୟ ବିଧାୟକ ନାରାୟଣ ଖେଦଙ୍କ ବିରୋଧରେ ଲକଡାଉନ ଉଲ୍ଲଙ୍ଘନ କରିଥିବା ରିପୋର୍ଟିଂ କରିଥିଲେ ।
ଏହି ଖବର ପ୍ରସାରଣ ପରେ ସାମ୍ବାଦିକ ଜଣକ ବହୁ ସମସ୍ୟାର ଏବେ ସମ୍ମୁଖୀନ ହେଉଛନ୍ତି । ତାଙ୍କର ନିର୍ମାଣଧିନ ଘରକୁ ବିଧାୟକଙ୍କ ଲୋକେ ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ, ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିଙ୍କ ପ୍ରବକ୍ତା କହିଛନ୍ତି, ସାମ୍ବାଦିକ ନିର୍ମାଣଧିନ ଘର ବିଧାୟକ ନଗରନିଗମ ଦ୍ବାରା ଭଙ୍ଗା ଯାଇଛି । ବିନା କୌଣସି ଅନୁମତି ଏହି ଘର ନିର୍ମାଣ କରିବା ସହ ନିୟମକୁ ଉଲ୍ଲଙ୍ଘନ କରିଥିଲା । ସେ ବିଧାୟକଙ୍କ ଖବର ପ୍ରସାରଣ ହୋଇଥିବା ଘଟଣାକୁ ସ୍ବୀକାର କରି କହିଛନ୍ତି ଏହି ଦୁର୍ଘଟଣା ସମ୍ପୂର୍ଣ୍ଣ ଭିନ୍ନ ।