ଏନଆଇଟି, ଆଇଆଇଟି କିମ୍ବା ଅନ୍ୟାନ୍ୟ କଲେଜରେ ଇଞ୍ଜିନିୟରିଂ ବା ଆର୍କିଟେକଚର ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଜାତୀୟ ପରୀକ୍ଷା ସଂସ୍ଥା ବା National Testing Agency (NTA) ଦ୍ବାରା ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE-Main) କରାଯାଇଥାଏ ।
ଏହାପୂର୍ବରୁ, ଜାତୀୟ ପରୀକ୍ଷା ଏଜେନ୍ସି (NTA) 05.04.2020, 07.04.2020 ରୁ 09.04.2020 ଏବଂ 11.04.2020 ମଧ୍ୟରେ JEE ମୁଖ୍ୟ ପରୀକ୍ଷା ଧାର୍ଯ୍ୟ କରିଥିଲା । କୋଭିଡ-19 ମହାମାରୀ ଯୋଗୁଁ ଅଭିଭାବକ ଏବଂ ଛାତ୍ରମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି JEE - ମୁଖ୍ୟ ପରୀକ୍ଷା ବର୍ତ୍ତମାନ ସ୍ଥଗିତ ରଖାଯାଇଛି ଏବଂ ଏହା ମେ ମାସ ମାସର ଶେଷ ସପ୍ତାହରେ ହେବାକୁ ପ୍ରସ୍ତାବ ଦିଆଯାଇଛି। ନୂତନ ତାରିଖ ଆସନ୍ତା 14 ତାରିଖ ପରେ ପରିସ୍ଥିତି ଅନୁଧ୍ୟାନ କରିବା ପରେ ଘୋଷଣା କରାଯାଇଛି ।
JEE ପରୀକ୍ଷା ସ୍ଥଗିତ ରଖିବା ନେଇ ମାନବ ସମ୍ବଳ ବିଭାଗ ମନ୍ତ୍ରଣାଳୟ ଟ୍ବିଟ କରି ସୂଚନା ଦେଇଛି ।