ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ଭେଟିବେ ବିରୋଧି ଦଳର ଏକ ପ୍ରତିନିଧିମଣ୍ଡଳ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀଙ୍କ ସମେତ 5 ନେତା ବୁଧବାର ସଂଧ୍ୟା 5ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । କୋଭିଡ ପ୍ରୋଟୋକଲ ମଧ୍ୟରେ 5 ନେତାଙ୍କୁ ରାଷ୍ଟ୍ରପତିଙ୍କ ସହ ଭେଟିବାକୁ ଅନୁମତି ମିଳିଛି ।
ଚାଷୀ ଆନ୍ଦୋଳନ: ଚାପ ପକାଇବାକୁ ଚେଷ୍ଟା, ବୁଧବାର ରାଷ୍ଟ୍ରପତିଙ୍କୁ ଭେଟିବେ 5 ବିରୋଧି ନେତା - ଚାଷୀ ଆନ୍ଦୋଳନ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀଙ୍କ ସମେତ 5 ନେତା ବୁଧବାର ସଂଧ୍ୟା 5ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । କୃଷି ଆଇନ ଉପରେ କରିପାରନ୍ତି ଆଲୋଚନା । ଅଧିକ ପଢନ୍ତୁ...
ରାଷ୍ଟ୍ରପତିଙ୍କ ସହ ବିରୋଧି ଦଳର ଏହି ନେତାଙ୍କ ସକ୍ଷାତ ନେଇ ସୂଚନା ଦେଇଛନ୍ତି ସୀତାରାମ ୟେଚୁରୀ । ତେବେ ଏହି ସାକ୍ଷାତକାର କୃଷି ଆଇନକୁ ନେଇ ହେବ ବୋଲି ଜଣାପଡିଛି । ଏହି ଆଇନକୁ ବିରୋଧ କରି ଗତ 12 ଦିନରୁ ଧାରଣାରେ ବସିଛନ୍ତି ଚାଷୀ ।
ସରକାର ଓ ଚାଷୀଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା 5 ରାଉଣ୍ଡ ବୈଠକ ଶେଷ ହୋଇସାରିଥିବାବେଳେ ବୁଧବାର ଅଷ୍ଟମ ରାଉଣ୍ଡ ବୈଠକ ହେବ । ତେବେ ଏଯାଏଁ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଏହାରି ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଆଉ କିଛି ସମୟ ପରେ ହେବାକୁ ଯାଉଛି ଚାଷୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକ ।