ଜୟପୁର : ଦେଶରେ ବେକାବୁ କୋରୋନା ମହାମାରୀ । ଏହି ମହାମାରୀ ନେଉଛି ଶହ ଶହ ମୁଣ୍ତ । ପ୍ରତିଦିନ ନୂଆ ନୂଆ ପଜେଟିଭ ଚିହ୍ନଟ ହେଉଛନ୍ତି । ସଂକ୍ରମଣରେ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ରୋକ ଲାଗିପାରୁନି ଏହି ମହାମାରୀ ଉପରେ । ଭାରତରେ 343091 ପଜେଟିଭ ଚିହ୍ନଟ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା 9900 ପହଞ୍ଚିଲାଣି । ଏଥିପାଇଁ ବିଭିନ୍ନ ରାଜ୍ୟରେ କୋଭିଡ19 ହସପିଟାଲ ଖୋଲାଯାଉଥିବାବେଳେ ରେଳଷ୍ଟେସନ ଗୁଡିକରେ ଏକାଧିକ ବଗିକୁ ଆଇସୋଲେସନ ଓ୍ବାର୍ଡରେ ପରିଣତ କରାଯାଉଛି ।
ଆଇସୋଲେସନ୍ ଓ୍ବାର୍ଡରେ ପରିଣତ ହେଲା 150 ବଗି - 150 isolation coaches for northwestern railway zone
ଯୋଧପୁର ରେଳ ଡିଭିଜନ ଉତ୍ତର-ପଶ୍ଚିମ ରେଳ ଜୋନ୍ ପାଇଁ 150 ବଗିକୁ କରାଗଲା ଆଇସୋଲେସନ୍ । କୋରୋନା ପଜେଟିଭ ଯାତ୍ରୀଙ୍କ ପାଇଁ କରାଯାଇଛି ସମସ୍ତ ବ୍ୟବସ୍ଥା। ଅଧିକ ପଢନ୍ତୁ.....

150 ବଗିକୁ କରାଗଲା ଆସୋଲେସନ୍ ଓ୍ବାର୍ଡ
ରାଜସ୍ଥାନର ଯୋଧପୁର ରେଳ ଡିଭିଜନ ଉତ୍ତର-ପଶ୍ଚିମ ରେଳ ଜୋନ୍ ପାଇଁ 150 ବଗିକୁ ଆଇସୋଲେସନ୍ ଓ୍ବାର୍ଡ ଭାବେ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ଯୋଧପୁର ରେଳ ଷ୍ଚେସନ ପାଇଁ କେବଳ 50 ବଗିକୁ ଆଇସୋଲେସନ ଓ୍ବାର୍ଡ କରାଯାଇଛି । ଏହି ବଗି ଗୁଡିକରେ କୋଭିଡ 19 ଆକ୍ରାନ୍ତଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ସୌଜନ୍ୟ @ANI