ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଫିସ୍ ବୃଦ୍ଧିକୁ ନେଇ ପ୍ରଦର୍ଶନ ଚାଲିଛି । ଏ ସମୟରେ କେତେ ଛାତ୍ର ପରୀକ୍ଷା ଦେବାକୁ ଚାହୁଁଛନ୍ତି ମାତ୍ର ନଦେଇ ପାରିବାରୁ ବିଶ୍ବବିଦ୍ୟାଳୟ ପ୍ରଶାସନ ଅନଲାଇନ ଇ-ମେଲ ଜରିଆରେ ପରୀକ୍ଷା ନେବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ କିନ୍ତୁ ହ୍ବାଟ୍ସଆପ୍ ୟୁନିଭର୍ସିଟି ବୋଲି କହିଛନ୍ତି ଜେଏନୟୁ ଛାତ୍ର ସଂଗଠନର ଅଧ୍ୟକ୍ଷା ।
‘JNUକୁ ହ୍ବାଟ୍ସଆପ ବିଶ୍ବବିଦ୍ୟାଳୟରେ ପରିବର୍ତ୍ତନ କରିବାକୁ ଦେବୁନି’ - ଜେଏନୟୁକୁ ହ୍ବାଟ୍ସଆପ ବିଶ୍ବବିଦ୍ୟାଳୟରେ ପରିବର୍ତ୍ତନ
ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଫିସ୍ ବୃଦ୍ଧିକୁ ନେଇ ପ୍ରଦର୍ଶନ ଚାଲିଛି । ଏ ସମୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ପ୍ରଶାସନ ବାହାର କରିଥିବା ସ୍ବତନ୍ତ୍ର ବିକଳ୍ପକୁ ବିରୋଧ କରୁଛି ଛାତ୍ର ସଂଗଠନ ।
ବିଶ୍ବବିଦ୍ୟାଳୟ ପ୍ରଶାସନ ଅନୁସାରେ, ଘରେ ବସି ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଇ-ମେଲରେ ପ୍ରଶ୍ନପତ୍ର ପଠାଇବା ସହ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ଉତ୍ତର ପତ୍ର ପଠାଇବେ । ଏହାକୁ ବିରୋଧ କରି ଛାତ୍ର ସଂଗଠନର ଅଧ୍ୟକ୍ଷା, ସେ କହିଥିଲେ କି, ଏହା ୟୁନିଭର୍ସିଟିର ଗରିମା ବିରୁଦ୍ଧରେ । କୌଣସି ବିଶ୍ବବିଦ୍ୟାଳୟ ଡିନ୍ ପାଖରେ ଏହି ଅଧିକାର ନାହିଁ କି, ସେ ବିକଳ୍ପ ଉପାୟରେ ପରୀକ୍ଷା କରିବେ । ଜେଏନୟୁକୁ ହ୍ବାଟ୍ସଆପ ୟୁନିଭର୍ସିଟି ନ କରିବା ପାଇଁ ସେ କହିଛନ୍ତି ।
ଯେତେବେଳେ ବିଶ୍ବବିଦ୍ୟାଳୟ ପ୍ରଶାସନ ଆନ୍ଦୋଳନକୁ ରୋକି ପାରିଲେନି, ସେତେବେଳେ ଛାତ୍ରଙ୍କୁ ଅଲଗା କରିବା ପାଇଁ ହ୍ବାଟ୍ସଆପକୁ ଅସ୍ତ୍ର ଭାବେ ବ୍ୟବହାର କରିଛନ୍ତି । ତେବେ ଛାତ୍ର ଶପଥ ନେଇଛନ୍ତି ଓ ଏହି ହ୍ବାଟ୍ସଆପ ପରୀକ୍ଷାକୁ ବର୍ଜନ କରିବେ ବୋଲି ସେ କହିଛନ୍ତି ।