ଓଡିଶା

odisha

ETV Bharat / bharat

ଜେଏନୟୁ କୁଳପତିଙ୍କୁ ଉପଦେଶ ଦେଲେ ପି.ଚିଦାମ୍ବରମ - jnu vc take his own advice says chidambaram

ଦିଲ୍ଲୀର ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳରେ ଚାଲିଥିବା ହିଂସାକୁ ନେଇ ନେତା ଠାରୁ ଆରମ୍ଭ କରି ଅଭିନେତା ଛାତ୍ରଛାତ୍ରୀଙ୍କ ସପକ୍ଷରେ ଲଢୁଛନ୍ତି। ଏହିକ୍ରମରେ ଏବେ ପୂର୍ବତନ ଅର୍ଥମନ୍ତ୍ରୀ ଟ୍ବିଟ ମାଧ୍ୟମରେ ଜେଏନୟୁ କୁଳପତି ଏମ ଜଗଦିଶ କୁମାରଙ୍କୁ ଟାର୍ଗେଟ କରି ଉପଦେଶ ଦେଇଛନ୍ତି।

ଜେଏନୟୁ କୁଳପତିଙ୍କୁ ଉପଦେଶ ଦେଲେ ପି. ଚିଦାମ୍ବରମ
ଜେଏନୟୁ କୁଳପତିଙ୍କୁ ଉପଦେଶ ଦେଲେ ପି. ଚିଦାମ୍ବରମ

By

Published : Jan 8, 2020, 3:00 PM IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଜେଏନୟୁ ମାମଲା କୁଳପତି ଏମ ଜଗଦିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସେ ଛାତ୍ରଙ୍କ ପାଇଁ ଜେଏନୟୁ କୁଳପତି ନିଜ ପଦ ଛାଡିଦେବା ଉଚିତ। ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଟ୍ବିଟ କରି କହିଛନ୍ତି ଯେ, କୁଳପତିଙ୍କୁ ଯେଉଁ ଉପଦେଶ ଦିଆଯାଉଛି ତାହା ପାଳନ କରିବା ଉଚିତ୍।

ସେପଟେ ବିଶ୍ବବିଦ୍ୟାଳର କୁଳପତି ଜଗଦିଶ କୁମାର ଜେଏନୟୁରେ ହୋଇଥିବା ହିଂସାକୁ ଦୁର୍ଭାଗ୍ୟଜନକ କହି ଏହି ହିଂସାର ସମାଧାନ ନାହିଁ ବୋଲି କହିଥିଲେ। ସେ କହିଛନ୍ତି ଯେ ଖୁବ ଶୀଘ୍ର ଏହାର ସମାଧାନ ପାଇଁ ପ୍ରଶାସନ ଚେଷ୍ଟା କରୁଛି । ତାଛଡା ଜେଏନୟୁରେ ଶୀତକାଳିନ ସେମିଷ୍ଟାର ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆମକୁ ଖୁବ ଶୀଘ୍ର ଅତୀତକୁ ପଛରେ ପକାଇ ଆଗକୁ ବଢିବା ଉଚିତ ବୋଲି କହିଛନ୍ତି କୁଳପତି । କୁଳପତିଙ୍କ ଏହି ବୟାନକୁ ପି. ଚିଦାମ୍ବରମ କଟାକ୍ଷ କରିଛନ୍ତି।

ରବିବାର ସନ୍ଧ୍ୟାରେ 30ରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ଜେଏନୟୁ ଛାତ୍ରସଂଘର ଆଇଶି ଘୋଷ କ୍ୟାମ୍ପସରେ ଥିବା ବେଳେ ସେମାନଙ୍କ ଉପରେ 4 ମୁଖାଧାରୀ ଆକ୍ରମଣ କରିଥିଲେ । ଗୁରୁତର ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଏମ୍ସର ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଏହି ଆକ୍ରମଣକୁ ନେଇ ତେଜିଛି ରାଜନୀତି।

ABOUT THE AUTHOR

...view details