ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ହୋଇଥିବା ହିଂସାକୁ ନେଇ ଗୁଗଲ୍ ଓ ହ୍ବାଟ୍ସଆପ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । ହିଂସା ସହ ଜଡିତ ଭିଡିଓକୁ ସୁରକ୍ଷିତ ରଖିବା ପାଇଁ ଗୁଗଲ୍, ହ୍ବାଟ୍ସଆପ୍ ଓ ଆପଲକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହିଂସା ସମୟରେ ହ୍ବାଟ୍ସଆପ୍ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା । ଏହା ସାହାଯ୍ୟରେ ଅନେକ ପ୍ରଦର୍ଶନକାରୀଙ୍କ ଚିହ୍ନଟ ହୋଇପାରିବାର ସମ୍ଭାବନା ରହିଛି ।
JNU ହିଂସା: ଗୁଗଲ୍-ହ୍ବାଟ୍ସଆପ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
JNU ହିଂସା ଘଟଣାରେ ଗୁଗଲ୍-ହ୍ବାଟ୍ସଆପ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜାରି । ହିଂସା ସହ ଜଡିତ ଭିଡିଓକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ।
ଜେଏନୟୁରେ ଜାନୁଆରୀ ୫ର ହିଂସା ମାମଲାକୁ ନେଇ ଗୁଗଲ୍ ଓ ହ୍ବାଟ୍ସଆପ୍କୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରି ୨ଟି ହ୍ବାଟ୍ସଆପ୍ ଗ୍ରୁପ୍ର ତଥ୍ୟ ପୋଲିସକୁ ଦେବାଲାଗି କହିଛନ୍ତି । ଏହାସହ ଗ୍ରୁପ୍ ସଦସ୍ୟଙ୍କ ଇ-ମେଲ୍ ତଥ୍ୟ ମଧ୍ୟ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ CCTV ଫୁଟେଜ୍ ପୋଲିସକୁ ଯୋଗାଇବା ଲାଗି JNUକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଗତ 5 ତାରିଖ ଜେଏନୟୁ ପରିସରରେ କିଛି ଅସାମାଜିକ ବ୍ୟକ୍ତି ପଶି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଲାଠି ଏବଂ ହକି ଷ୍ଟିକ୍ରେ ବାଡେଇଥିଲେ । ଏହାସହ ହଷ୍ଟେଲରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଦିଲ୍ଲୀ ପୋଲିସ ଘଟଣାର ଯାଞ୍ଚ ଜାରି ରଖିଛି ।