ନୂଆଦିଲ୍ଲୀ: ଜେଏନୟୁ ହିଂସାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ତିନି ଜଣ ଛାତ୍ରଙ୍କୁ ସମନ ଜାରି କରିଛନ୍ତି । ହିଂସାକାଣ୍ଡ ସଂପର୍କରେ ସେମାନଙ୍କର ବୟାନ ରେକର୍ଡ କରିବାକୁ ଏହି ସମନ ଜାରି କରାଯାଇଛି । ସମନ ଜାରି କରାଯାଇଥିବା ଛାତ୍ରମାନେ ହେଲେ ଅକ୍ଷତ, ରୋହିତ ଓ ଚୁନଚୁନ ।
ଜେଏନୟୁ ହିଂସାକାଣ୍ଡ ଘଟଣା: ତିନି ଛାତ୍ରଙ୍କୁ ଏସଆଇଟିର ସମନ ଜାରି - ତିନି ଛାତ୍ରଙ୍କୁ ଏସଆଇଟିର ସମନ ଜାରି
ଜେଏନୟୁ ହିଂସାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ତିନି ଜଣ ଛାତ୍ରଙ୍କୁ ସମନ ଜାରି କରିଛନ୍ତି ।
ଜେଏନୟୁ ହିଂସାକାଣ୍ଡ ଘଟଣା: ତିନି ଛାତ୍ରଙ୍କୁ ଏସଆଇଟିର ସମନ ଜାରି
ପୂର୍ବରୁ ଅକ୍ଷତ ଓ ରୋହିତଙ୍କୁ ଦୁଇଥର ସମନ ଜାରି କରାଯାଇଥିଲା । ହେଲେ ସେମାନେ ଏସଆଇଟି ନିକଟରେ ହାଜର ହୋଇ ନଥିଲେ ।
ଗତ ଜାନୁଆରୀ 5 ତାରିଖରେ ଜେଏନୟୁରେ ମୁଖାପିନ୍ଧା କିଛି ଯୁବକ ଯୁବତୀ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ଆକ୍ରମଣ କରିଥିଲେ । ଏହାକୁ ନେଇ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।