ଓଡିଶା

odisha

ETV Bharat / bharat

ଜେଏନୟୁ ହିଂସାକାଣ୍ଡର ହେବ ତଦନ୍ତ, କୁଳପତି ଗଠନ କଲେ କମିଟି - jnu delhi news

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ ) କୁଳପତି ଗଠନ କଲେ ପାଞ୍ଚ ଜଣିଆ ସଦସ୍ୟ ବିଶିଷ୍ଟ କମିଟି । 5 ଜାନୁୟାରୀରେ ହୋଇଥିବା ହିଂସାକାଣ୍ଡର ସବିଶେଷ ରିପୋର୍ଟ ପ୍ରଦାନ କରିବେ ଏହି କମିଟି ।

jnu-vice-chancellor-constitutes-five-member-committee-to-investigate-violence
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Jan 10, 2020, 2:27 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ )ରେ ରବିବାର ହୋଇଥିବା ହିଂସା ଘଟଣାର ଯାଞ୍ଚ ପାଇଁ କୁଳପତିଙ୍କ ନିର୍ଦ୍ଦେଶ । ଏଥିଯୋଗୁଁ ପାଞ୍ଚ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କଲେ କୁଳପତି । ଏହି କମିଟି 5 ଜାନୁୟାରୀରେ ହୋଇଥିବା ଘଟଣାର ସବିଶେଷ ରିପୋର୍ଟ କୁଳପଚିଙ୍କୁ ପ୍ରଦାନ କରିବେ । କମିଟିରେ ପ୍ର. ଶୁଶାନ୍ତ ମିଶ୍ରା, ପ୍ର. ମଜହର ଆସିଫ, ପ୍ର.ସୁଧୀର ପ୍ରତାପ ସିଂହ, ପ୍ର. ସନ୍ତୋଷ ଶୁକ୍ଲା ଓ ଭାସ୍ବତୀ ଦାସ ରହିଛନ୍ତି ।

ଜେଏନୟୁ କୂଳପତିଙ୍କ ଦ୍ବାରା ପାଞ୍ଚ ସଦସ୍ୟ କମିଟି ଗଠନ

ଗତ ରବିବାର ଜେଏନୟୁ ହଷ୍ଟେଲରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ABOUT THE AUTHOR

...view details