ଓଡିଶା

odisha

By

Published : Dec 12, 2019, 11:18 AM IST

ETV Bharat / bharat

JNU ବିବାଦ: 6ଟି ପ୍ରସ୍ତାବ ରଖିଲା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ(MHRD) ଜେଏନୟୁ ଛାତ୍ର ସଂଗଠନ ଆଗରେ ରଖିଛି 6ଟି ପ୍ରସ୍ତାବ । ହୋଇପାରେ ଆନ୍ଦୋଳନ ବନ୍ଦ ।

JNU
ଜେଏନୟୁରେ ବିବାଦ

ନୂଆଦିଲ୍ଲୀ: ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରେ ଗତ 45ଦିନ ହେବ ଆନ୍ଦୋଳନ ଜାରି ରହିଛି । ଗୁରୁବାର କିନ୍ତୁ ଏହି ଆନ୍ଦୋଳନ ସମାପ୍ତ ହେବାର ସମ୍ଭାବନା ରହିଛି । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ(MHRD) ଓ ଛାତ୍ରସଂଘ ମଧ୍ୟରେ ଲଗାତାର 2ଦିନ ବୈଠକ ପରେ 6ଟି ମୁବ୍ଦା ଉପରେ ଚର୍ଚ୍ଚା କରାଯାଇଛି । ବୁଧବାର ରାତି ଛାତ୍ର ସଂଗଠନର ଜେନେରାଲ୍ ବୋର୍ଡ ମିଟିଂ କରାଯାଇଥିଲା ।

ଅନ୍ୟପଟେ ମନ୍ତ୍ରାଳୟ ଛାତ୍ରସଂଘଙ୍କ କଥା ହେବା ପୂର୍ବରୁ ବିଶ୍ବବିଦ୍ୟାଳୟର ଅଧିକାରୀଙ୍କ ସହ ମିଟିଂ କରିଥିଲେ । ବିଶ୍ବବିଦ୍ୟାଳୟର ସହମତି ପରେ ଛାତ୍ର ସଂଘର ଆଗରେ 6ଟି ପ୍ରସ୍ତାବକୁ ଉପସ୍ଥାପନା କରାଯାଇଥିଲା । ଗୁରୁବାର ପୁଣି ଛାତ୍ର ସଂଗଠନ ଓ ମନ୍ତ୍ରାଳୟର ବୈଠକ ହେବ । ତେବେ ଯେ ପର୍ଯ୍ୟନ୍ତ ହଷ୍ଟେଲ ଫିସକୁ ହଟା ନଯାଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବା ବୋଲି ଛାତ୍ର ସଂଗଠନ ସୂଚନା ଦେଇଥିଲେ ।

ଉପସ୍ଥାପନା ହୋଇଥିବା 6ଟି ପ୍ରସ୍ତାବ:-

  • ହଷ୍ଟେଲ ରୁମ୍ ଫିସରେ କିନ୍ତୁ କୌଣସି ସାଲିସ୍ କରାଯାଇନାହିଁ । 10 ଟଙ୍କାରୁ ଫିସ୍ ବୃଦ୍ଧି କରାଯାଇ 300ଟଙ୍କା କରାଯାଇଛି । ମାତ୍ର ବିପିଏଲ ଧାରୀଙ୍କୁ ଏହାର ଅଧା ଫିସ୍ ଦେବାକୁ ପଡିବ ।
  • ବାସନ ଓ ସର୍ଭିସ୍ ଚାର୍ଜକୁ ହଟାଯାଇଛି । ଏହାର ପୁରା ଖର୍ଚ୍ଚ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଅର୍ଥ ୟୁଜିସି ବହନ କରିବ ।
  • ଜେଏନୟୁ ପ୍ରଶାସନର ଡିନ୍ଙ୍କୁ ହାଇକୋର୍ଟ ନିୟମ ଅନୁସାରେ, ଷ୍ଟୁଡେଣ୍ଟ ୱେଲଫେୟାର ଛାତ୍ରସଂଘ-2019କୁ ମାନ୍ୟତା ଦେବା ପାଇଁ ସୂଚନା ଜାରି କରିବେ ।
  • କ୍ୟାମ୍ପସରେ 45 ଦିନ ହେବ ଆନ୍ଦୋଳନ କାରଣରୁ ପାଠପଢା ବ୍ୟାହତ ହୋଇଥିଲା । ଏଥିପାଇଁ ହେବାକୁ ଥିବା ସେମିଷ୍ଟାରକୁ ଦୁଇ ସପ୍ତାହ ପାଇଁ ଘୁଞ୍ଚା ଯାଇଛି ।
  • କୌଣସି ବି ଛାତ୍ରସଂଘ, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବେ ନାହିଁ ।
  • ବିଶ୍ବବିଦ୍ୟାଳୟର ପ୍ରଶାସନ ଛାତ୍ରଙ୍କ ଉଗ୍ର ବ୍ୟବହାର କରିବ ନାହିଁ ।

ଗୁରୁବାର ଜେଏନୟୁରେ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଥାନ୍ତା । ତେବେ ମନ୍ତ୍ରାଳୟଙ୍କ ସହ ବୈଠକ ଭଲରେ ହେବା ସହ, ଛାତ୍ରଙ୍କ ସହମତି ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ।

ABOUT THE AUTHOR

...view details