ଓଡିଶା

odisha

ETV Bharat / bharat

ଫି-ବୃଦ୍ଧିକୁ ନେଇ ଜେଏନୟୁ କ୍ୟାମ୍ପସରେ ଅସନ୍ତୋଷ: ଉପରାଷ୍ଟ୍ରପତିଙ୍କ ଗସ୍ତ ବେଳେ ପ୍ରତିବାଦ - JNU student Protest for fees-hike

ପୁଣି ଅଶାନ୍ତ ଜେଏନୟୁ କ୍ୟାମ୍ପସ । ଫି-ବୃ୍ଦ୍ଧିକୁ ନେଇ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି । ସେପଟେ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜେଏନୟୁରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ।

ଉପରାଷ୍ଟ୍ରପତିଙ୍କ ଗସ୍ତବେଳେ ଜେଏନୟୁରେ ଉତ୍ତେଜନା

By

Published : Nov 11, 2019, 1:12 PM IST

ନୂଆଦିଲ୍ଲୀ: ପୁଣି ଫି-ବୃଦ୍ଧିକୁ ନେଇ ତାତିଲେ ଜେଏନୟୁ(ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ) ଛାତ୍ରଛାତ୍ରୀ । ଆଜି(ସୋମବାର) ଫି-ବୃଦ୍ଧି ଓ ଡ୍ରେସ କୋଡ ସହ ବିଭିନ୍ନ ଦାବି ନେଇ କ୍ୟାମ୍ପସ ଭିତରେ ପ୍ରତିବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ । ସେପଟେ, ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜେଏନୟୁରେ ଉପସ୍ଥିତି ଅଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ଏହି ସମୟରେ ବିଶ୍ବବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ପୋଲିସ ସହ ଛାତ୍ରଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଗତ 15 ଦିନ ଧରି ଫି-ବୃଦ୍ଧିକୁ ନେଇ ପ୍ରତିବାଦ ଜଣାଇ ଆସୁଛନ୍ତି ଛାତ୍ରଛାତ୍ରୀ । ଜେଏନୟୁରେ ପାଖାପାଖି 40 ପ୍ରତିଶତ ଗରିବ ଶ୍ରେଣୀର ପିଲା ପାଠପଢୁଛନ୍ତି । ତେବେ ଫିସ ବୃଦ୍ଧି ପାଉଥିବାବେଳେ ସେମାନେ କେଉଁଠି ପାଠ ପଢିବେ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ । ଏକାଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ ହେବା ସହ ବଡ ବଡ ବ୍ୟାନର ଓ ମେସେଜ ମାଧ୍ୟମରେ ଫିସ ବୃଦ୍ଧିକୁ ନେଇ ପ୍ରତିବାଦ ଜଣାଇଛନ୍ତି ।


ସେପଟେ, ଆନ୍ଦୋଳନ ଯୋଗୁଁ ଏକାଡେମୀର କାର୍ଯ୍ୟକଳାପରେ ବାଧା ଉପୁଜୁଛି । ଏପରି ମିଥ୍ୟା ପ୍ରଚାର ପ୍ରସାର ନକରିବା ସହ ଯେଉଁ ଛାତ୍ରଛାତ୍ରୀ ପାଠପଢିବାକୁ ଚାହୁଁଛନ୍ତି ତାଙ୍କୁ ଛାଡି ଦେବାକୁ ଅନୁରୋଧ କରିଛି କଲେଜ ପ୍ରଶାସନ ।

ABOUT THE AUTHOR

...view details