ଓଡିଶା

odisha

ETV Bharat / bharat

JNU ଛାତ୍ର ଅସନ୍ତୋଷ: ପ୍ରଶାସନିକ କାର୍ଯ୍ୟାଳୟ ଘେରାଉ - ପ୍ରଶାସନିକ କାର୍ଯ୍ୟାଳୟ ଘେରାଉ

JNU ଛାତ୍ର ଆନ୍ଦୋଳନ ଧିରେ ଧିରେ ଗମ୍ଭୀର ସ୍ଥିତି ଧାରଣା କରୁଛି । ବୁଧବାର ପ୍ରଶାସନିକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଆନ୍ଦୋଳନକାରୀ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Nov 13, 2019, 1:57 PM IST

ନୂଆଦିଲ୍ଲୀ: ହଷ୍ଟେଲ ଫିସକୁ ବିରୋଧ କରି ତାତିବାରେ ଲାଗିଛି ଜେଏନୟୁ କ୍ୟାମ୍ପସ । ହଜାର ହଜାର ଛାତ୍ରାଛାତ୍ରୀ ଏହାକୁ ବିରୋଧ କରୁଛନ୍ତି । ବୁଧବାର ଦିନ JNUର ପ୍ରଶାସନିକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କାର୍ଯ୍ୟାଳୟରେ ଭିସିଙ୍କ ସମେତ ସମସ୍ତ ଅଧିକାରୀ ଫସିରହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ଆନ୍ଦୋଳନକାରୀଙ୍କ କହିବାନୁସାରେ, ଯେ ପର୍ଯ୍ୟନ୍ତ ଭିସି ଛାତ୍ରଛାତ୍ରୀଙ୍କ ସହ କଥା ନ ହୋଇଛନ୍ତି ସେ ପର୍ଯ୍ୟନ୍ତ କାର୍ଯ୍ୟାଳୟ ସମ୍ମୁଖରୁ ହଟିବେ ନାହିଁ । ଏହାପୂର୍ବରୁ ମଙ୍ଗଳବାର ଜନ୍ତରମନ୍ତର ଠାରେ ବିରୋଧ ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ କହିବାନୁସାରେ, ହଷ୍ଟେଲ ଫିସ୍ ପାଖାପାଖି 400 ପ୍ରତିଶତ ବଢାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ଅନ୍ୟପକ୍ଷେ JNU ପ୍ରଶାସନଙ୍କ ମତରେ ଦୀର୍ଘ 19 ବର୍ଷ ପରେ ହଷ୍ଟେଲ ଫିସ ବୃଦ୍ଧି କରାଯାଇଛି । ଏହାସହ ହଷ୍ଟେଲରେ ଭିଜିଟିଂ ସମୟ ରାତି 10.30 ଯାଏଁ ରହିବ ଓ ନିୟମର ପାଳନ ନକଲେ 10,000 ତଣ୍ଡ ଗଣିବାକୁ ପଡିବ ।

JNU ସହ ଦେଶର ଅନେକ ଦଳ ସାମିଲ ରହିଛି । ବୁଧବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୟୁଜିସି ଭବନ ଯାଏଁ ଆନ୍ଦୋଳନ କରିବେ । ଦେଶର ଅନେକ ଛାତ୍ର ସଂଗଠନ ଆଗକୁ ଆନ୍ଦୋଳନ କରିବେ ବୋଲି ଦାବି କରିଛନ୍ତି ।

ABOUT THE AUTHOR

...view details