ଲାହୋର: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ସମ୍ପୁର୍ଣ୍ଣ ଦେଶରେ ବିରୋଧର ସ୍ବର ଉଠିଛି । ଏହି ବିରୋଧର ସ୍ବର ଏବେ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଶୁଣିବାକୁ ମିଳିଛି । ଜେଏନୟୁ ଛାତ୍ରଙ୍କ ସମର୍ଥନରେ ପାକିସ୍ତାନୀ ଛାତ୍ର ବୁଧବାର ଲାହୋରରେ ରାଲି କରିଛନ୍ତି । ଲାହୋର ପ୍ରେସ କ୍ଲବ ସାମ୍ନାରେ ବଡ ସଂଖ୍ୟାରେ ଛାତ୍ର ଏବଂ ବୃଦ୍ଧ ଏକଜୁଟ ହୋଇ ନାରାବାଜି କରିଛନ୍ତି । ଏହି ନାରାବାଜି ଏବଂ ପୋଷ୍ଟର ଜରିଆରେ ସେମାନେ ଜେଏନୟୁ, ଏଏମୟୁ ଏବଂ ଭାରତୀୟ ଛାତ୍ରଙ୍କର ସମର୍ଥନ କରିଛନ୍ତି ।
ଜେଏନୟୁ ଛାତ୍ରଙ୍କ ସମର୍ଥନରେ ପାକିସ୍ତାନରେ ରାଲି
ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ହୋଇଥିବା ହିଂସାକାଣ୍ଡ ବିରୋଧରେ ବୁଧବାର ଲାହୋରରେ ରାଲି ହୋଇଛି । ଲାହୋର ପ୍ରେସ କ୍ଲବ ସାମ୍ନାରେ ବଡ ସଂଖ୍ୟାରେ ଛାତ୍ର ଏବଂ ବୃଦ୍ଧ ଏକଜୁଟ ହୋଇ ନାରାବାଜି କରିଛନ୍ତି ।
ଫାଇଲ ଫଟୋ
କ୍ୟାମ୍ପସ ହିଂସା ଏବଂ ଗଣତାନ୍ତ୍ରିକ ଅଧିକାର ପାଇଁ ନାରା ଲଗାଇବା ଦ୍ବାରା ସେମାନଙ୍କୁ ଦେଶଦ୍ରୋହୀ କୁହାଯାଉଛି । ଫାସିବାଦର ବିରୋଧ କରୁଥିବା ଭାରତୀୟ ଛାତ୍ରଙ୍କୁ ଆମେ ସମର୍ଥନ କରୁଛୁ ବୋଲି ପାକିସ୍ତାନୀ ପ୍ରଗତିଶୀଳ ଛାତ୍ର ସଂଘ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଜାନୁଆରୀ 5 ତାରିଖରେ କିଛି ମୁଖାପିନ୍ଧା ଦୁର୍ବୁତ୍ତ ଜେଏନୟୁ କ୍ୟାମ୍ପରେ ପଶି ହଷ୍ଟେଲ ଭଙ୍ଗାରୁଜା କରିବା ସହ ଛାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ପ୍ରଦର୍ଶନ କରାଯାଉଛି ।
TAGGED:
ଜେଏନୟୁ ହିଂସାକାଣ୍ଡ