ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟର ଓ୍ବିଣ୍ଟର ସେମିଷ୍ଟାର ପାଇଁ ପଞ୍ଜିକରଣ ପ୍ରକ୍ରିୟା 1 ଜାନୁଆରୀରୁ ଆରମ୍ଭ ହୋଇଯାଇଛି । ହେଲେ ଛାତ୍ରଛାତ୍ରୀମାନେ ଏହି ପଞ୍ଜିକରଣ ପ୍ରକ୍ରିୟାର ବହିଷ୍କାର କରିବା ନେଇ ଘୋଷଣା କରିସାରିଛନ୍ତି । ଜେଏନୟୁ କୁଳପତି ଜଗଦୀଶ କୁମାର ହଷ୍ଟେଲ ଫି ବୃଦ୍ଧିକୁ ନେଇ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାର ଆଉ ଗୋଟିଏ ସୁଯୋଗ ଦେଇଛନ୍ତି । 1 ଜାନୁଆରୀରୁ 5 ଜାନୁଆରୀ ପର୍ଯ୍ୟନ୍ତ ଓ୍ବିଣ୍ଟର ସେମିଷ୍ଟାର ପାଇଁ ରେଜିଷ୍ଟ୍ରେସନ କରାଇବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେମିଷ୍ଟାର ରେଜିଷ୍ଟ୍ରେସନ ବହିଷ୍କାର କଲେ ଜେଏନୟୁ ଛାତ୍ରଛାତ୍ରୀ - ଜେଏନୟୁ ଛାତ୍ରଛାତ୍ରୀ
ଜବାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟର ଓ୍ବିଣ୍ଟର ସେମିଷ୍ଟାର ପାଇଁ ପଞ୍ଜିକରଣ ପ୍ରକ୍ରିୟା 1 ଜାନୁଆରୀରୁ ଆରମ୍ଭ । ହେଲେ ଏହି ରେଜିଷ୍ଟ୍ରେସନକୁ ବହିଷ୍କାର କରିଛନ୍ତି ଛାତ୍ରଛାତ୍ରୀ ।
ସେମିଷ୍ଟାର ରେଜିଷ୍ଟ୍ରେସନ ବହିଷ୍କାର କଲେ ଜେଏନୟୁ ଛାତ୍ରଛାତ୍ରୀ
ଜେଏନୟୁରେ ଗତ ଦୁଇ ମାସରୁ ବୃଦ୍ଧି ହୋଇଥିବା ହଷ୍ଟେଲ ଫି ପ୍ରତ୍ୟାହାର ଦାବିରେ ପ୍ରଦର୍ଶନ କରୁଛନ୍ତି । ଏନେଇ ସେମାନେ ସେମିଷ୍ଟାର ପରୀକ୍ଷାର ପ୍ରତ୍ୟାଖ୍ୟାନ ମଧ୍ୟ କରିଛନ୍ତି । କୁଳପତିଙ୍କ ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ବିରୋଧ କରିବା ସହ ଏହା ପ୍ରତ୍ୟାହାର ନ ହେଲେ ବିରୋଧ ଜାରି ରହିବାର ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷେ ଛାତ୍ରାବାସର ଫିସ୍ ଆବଶ୍ୟକ ଥିବା ଜେଏନୟୁ କୁଳପତି କହିଛନ୍ତି ।