ଓଡିଶା

odisha

JNU କ୍ୟାମ୍ପସରେ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

By

Published : Nov 12, 2020, 8:24 PM IST

ଜେଏନୟୁ କ୍ୟାମ୍ପସରେ ଉନ୍ମୋଚିତ ହେଲା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି । ଭିସି ଯୋଗେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଢନ୍ତୁ ଅଧିକ ....

ଜେଏନୟୁ କ୍ୟାମ୍ପସରେ ବିବେକାନନ୍ଦଙ୍କ ପ୍ରତିମୁର୍ତ୍ତୀ ଉନ୍ମୋଚନକୁ ବିରୋଧ
ଜେଏନୟୁ କ୍ୟାମ୍ପସରେ ବିବେକାନନ୍ଦଙ୍କ ପ୍ରତିମୁର୍ତ୍ତୀ ଉନ୍ମୋଚନକୁ ବିରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜେଏନୟୁ କ୍ୟାମ୍ପସରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ତେବେ ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲା ଜେଏନୟୁ ଛାତ୍ର ସଂସଦ । ଯେଉଁଥିରେ ଦର୍ଶାଯାଇଛି ଯେ ବର୍ତ୍ତମାନର କୁଳପତି ପ୍ରଫେସର ଏମ ଜଗଦୀଶ କୁମାର ଛାତ୍ରଛାତ୍ରୀଙ୍କ ସ୍ବାର୍ଥରେ କାମ କରୁନାହାଁନ୍ତି । ଏହା ବ୍ୟତୀତ ଉକ୍ତ ଚିଠିରେ ଗୁଜୁରାଟ ଦଙ୍ଗା ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି ।

ଜେଏନୟୁ ଷ୍ଟୁଡେଣ୍ଟସ ୟୁନିଅନ ପ୍ରଧାନମନ୍ତ୍ରୀଙ୍କୁ ବିବେକାନନ୍ଦଙ୍କ ପ୍ରତିମୁର୍ତ୍ତୀ ଉଦଘାଟନ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଏବଂ କୁଳପତି ଏମ ଜଗଦୀଶ କୁମାରଙ୍କୁ ତାଙ୍କର ପରିଚାଳନାଗତ ବିଫଳତା ପାଇଁ ଉତ୍ତରଦାୟୀ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ଛାତ୍ରସଂସଦ ।

ଏହା ସହ କେନ୍ଦ୍ର ସରାକରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଏକ ପୋଷ୍ଟର ମଧ୍ୟ ଜାରି କରାଯିବା ନେଇ ସୂଚନା ଦେଇଛି ଛାତ୍ରସଂସଦ।

ପୁର୍ବ କାର୍ଯ୍ୟସୂଚୀ ଅନୁସାରେ ସନ୍ଧ୍ୟା 5.30 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାମ୍ପସ ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୁର୍ତ୍ତୀ ଉନ୍ମୋଚନ କରିଛନ୍ତି । ତେବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ମଧ୍ୟମରେ କରାଯାଇଥିଲା । ଏଥିରେ ଏଥିରେ କେନ୍ଦ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details