ଓଡିଶା

odisha

ନଇଁଲା ପ୍ରଶାସନ, ଶାନ୍ତ ପଡିଲା ଜେଏନୟୁ କ୍ୟାମ୍ପସ

By

Published : Nov 13, 2019, 5:51 PM IST

ଜବାହାରଲାଲ ନେହରୁ ୟୁନିଭର୍ସିଟି(ଜେଏନୟୁ) ଛାତ୍ରଙ୍କ ଦାବି ଆଗରେ ନଇଁଲା  ୟୁନିଭର୍ସିଟି ପ୍ରଶାସନ  । ହଷ୍ଟେଲ ଫି ବୃଦ୍ଧି ଏବଂ ଅନ୍ୟ ନିୟମ ସହ ଜଡିତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି ଜେଏନୟୁ କାର୍ଯ୍ୟକାରୀ କମିଟି ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ୟୁନିଭର୍ସିଟି(ଜେଏନୟୁ) ଛାତ୍ରଙ୍କ ଦାବି ଆଗରେ ନଇଁଲା ୟୁନିଭର୍ସିଟି ପ୍ରଶାସନ । ହଷ୍ଟେଲ ଫି ବୃଦ୍ଧି ଏବଂ ଅନ୍ୟ ନିୟମ ସହ ଜଡିତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି ଜେଏନୟୁ କାର୍ଯ୍ୟକାରୀ କମିଟି । ଏନେଇ ଶିକ୍ଷା ସଚିବ ଆର ସୁଭ୍ରମଣ୍ୟମ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହା ସହିତ ଛାତ୍ରଙ୍କୁ ପ୍ରଦର୍ଶନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି ସେ । ଏହା ବ୍ୟତୀତ କାର୍ଯ୍ୟକାରୀ କମିଟିର ବୈଠକରେ ଆର୍ଥିକ ରୂପରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଉପଲବ୍ଧ କରାଇବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଉଗ୍ର ରୂପ ନେବାରୁ ୟୁନିଭର୍ସିଟି ପ୍ରଶାସନ ଜେଏନୟୁ କାର୍ଯ୍ୟକାରୀ କମିଟିର ବୈଠକ ବିଶ୍ବବିଦ୍ୟାଳୟ ପରିସର ବାହାରେ ଆୟୋଜିତ କରିଥିଲେ ।

ସୂଚନାଯୋଗ୍ୟ ଯେ, ହଷ୍ଟେଲ ଫି ବୃଦ୍ଧି ପ୍ରତ୍ୟାହାର ସହ ବିଭିନ୍ନ ଦାବିକୁ ନେଇ ଜେଏନୟୁ ଛାତ୍ରମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରିସ୍ଥିତ ଅଣାୟତ ହେବାରୁ ଜେଏନୟୁ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ସମୟରେ ପୋଲିସ ଏବଂ ଛାତ୍ର ମୁହାଁମୁହିଁ ମଧ୍ୟ ହୋଇଥିଲେ ।

ABOUT THE AUTHOR

...view details