ଓଡିଶା

odisha

ETV Bharat / bharat

କୁଳପତିଙ୍କ ନାମଫଳକରେ ବୋଳିଲେ କାଳି, ଲେଖିଲେ 'ଆପଣ ଆମ କୁଳପତି ନୁହଁନ୍ତି' - JNU protesting

ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ଜବାହାରଲାଲ ନେହେରୁ ବିଦ୍ୟାଳୟର ଛାତ୍ର ଅଶାନ୍ତି । କୁଳପତିଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ କରିଛନ୍ତି ଛାତ୍ର । ସେପଟେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଛାତ୍ରସଂଘର ପୂର୍ବତନ ଉପାଧ୍ୟକ୍ଷ ।

ଉଗ୍ର ହେଉଛି JNU ଛାତ୍ର ଆନ୍ଦୋଳନ, କୁଳପତିଙ୍କ ବିରୋଧରେ ବର୍ଷିଲେ ଛାତ୍ର

By

Published : Nov 14, 2019, 2:56 PM IST

ନୂଆଦିଲ୍ଲୀ: ଫି’ ବୃଦ୍ଧିକୁ ନେଇ ଜବାହାରଲାଲ ନେହେରୁ ବିଦ୍ୟାଳୟରେ ଲାଗି ରହିଛି ଛାତ୍ର ଅଶାନ୍ତି । ଗତ 2 ସପ୍ତାହ ଧରି ଚାଲିଥିବା ବିକ୍ଷୋଭ ଥମିବାର ନାଁ ନେଉନି । ଗୁରୁବାର ଉତ୍ୟକ୍ତ ଛାତ୍ରମାନେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ନାମଫଳକ ହଟେଇ ଦେଇଛନ୍ତି । ଏପରିକି ଆପଣ ଆମ କୁଳପତି ନୁହଁନ୍ତି ବୋଲି ନାମଫଳକ ସ୍ଥାନରେ ଲେଖିଛନ୍ତି ଉତ୍ୟକ୍ତ ଛାତ୍ର ।

ଉଗ୍ର ହେଉଛି JNU ଛାତ୍ର ଆନ୍ଦୋଳନ, କୁଳପତିଙ୍କ ବିରୋଧରେ ବର୍ଷିଲେ ଛାତ୍ର

ଛାତ୍ରଙ୍କ କହିବା ଅନୁଯାୟୀ, କିଛି ଦିନ ହେଲାଣି ସେମାନେ କୁଳପତିଙ୍କ ସହ ସାକ୍ଷାତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ହେଲେ ଆଲୋଚନା ହୋଇପାରୁନାହିଁ । ତେଣୁ ଆମେ ଯାହା ଲେଖିଛୁ ତାହା ସମ୍ପୂର୍ଣ୍ଣ ସତ । ସେପଟେ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଜେଏନୟୁ ଛାତ୍ରସଂଘର ପୂର୍ବ ଉପାଧ୍ୟକ୍ଷ ଶହଲା ରାସିଦ୍ । ସେ କହିଛନ୍ତି, ଛାତ୍ରଙ୍କ ଆନ୍ଦୋଳନକୁ ସମର୍ଥନ ଆମେ କରୁଛୁ । ଜେଏନୟୁର ବିଶେଷ୍ବତ ହେଉଛି ସମାନତା । ହେଲେ ଏଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭେଦଭାବ କରାଯାଉଛି । ଯାହାକୁ ସେ ବିରୋଧ କରୁଥିବା କହିଛନ୍ତି ।

ABOUT THE AUTHOR

...view details