ଓଡିଶା

odisha

ETV Bharat / bharat

ଜେଏନୟୁ ହିଂସା: ମଥୁରା ଏବଂ କାଳିନ୍ଦୀ ରାସ୍ତା ବନ୍ଦ - jnu protest

ରବିବାର ଜେଏନୟୁ ପରିସରରେ ହୋଇଥିବା ହିଂସାକାଣ୍ଡ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡି କରିଛି ।

ମଥୁରା ଏବଂ କାଲିନ୍ଦୀ ରାସ୍ତା ବନ୍ଦ କଲା ଦିଲ୍ଲୀ ପୋଲିସ
ମଥୁରା ଏବଂ କାଲିନ୍ଦୀ ରାସ୍ତା ବନ୍ଦ କଲା ଦିଲ୍ଲୀ ପୋଲିସ

By

Published : Jan 6, 2020, 12:29 PM IST


ନୂଆଦିଲ୍ଲୀ: ରବିବାର ଜେଏନୟୁ ପରିସରରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏପରିକି କ୍ୟାମ୍ପସ ମଧ୍ୟରେ ପୋଲିସ ବିରୋଧରେ ନାରାବାଜି କରୁଛନ୍ତି ଛାତ୍ରଛାତ୍ରୀ । ଗତ ରାତି ସାରା ଏହି ପ୍ରଦର୍ଶନ ଜାରି ରହିବା ପରେ ଆଜି ଏହା ବଡ଼ ଧରଣର ରୂପ ଧାରଣ କରିବା ଆଶଙ୍କାରେ ପୋଲିସ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡି କରିଛି। ଏଥିପାଇଁ ଦିଲ୍ଲୀ ପୋଲିସ ମଥୁରା ଏବଂ କାଳିନ୍ଦୀ ରାସ୍ତା ମଧ୍ୟରେ ଥିବା ରୋଡ ନମ୍ବର 13A କୁ ବନ୍ଦ କରିଦେଇଛି। ଏହି ରୁଟରେ ଲୋକଙ୍କ ଯାତାୟତକୁ ବନ୍ଦ କରାଯାଇଛି।

ଯେଉଁ ଲୋକେ ନୋଏଡାରୁ ଆସୁଛନ୍ତି ସେମାନେ ଡିଏନଡି କିମ୍ବା ଅକ୍ଷରାଧାମ ଦେଇ ଦିଲ୍ଲୀ ଯିବେ। ରବିବାର ସନ୍ଧ୍ୟାରେ କିଛି ମୁଖାଧାରୀ ଜେଏନୟୁ କ୍ୟାମ୍ପସ ଭିତରେ ପଶି ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଛାତ୍ରସଂଘର ଅଧ୍ୟକ୍ଷ ଆଇଶୀ ଘୋଷଙ୍କ ସମେତ କେତେକ ଛାତ୍ର ଏବଂ ଶିକ୍ଷକ ଆହତ ହୋଇଛନ୍ତି । ଏହି ଘଟଣା ପରେ କ୍ୟାମ୍ପସରେ ଅଧିକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଜେଏନୟୁ କ୍ୟାମ୍ପସରେ ମାରପିଟ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୋଲିସ କମିଶନର ଅମୁଲ୍ୟ ପଟ୍ଟନାୟକଙ୍କ ସହ ଆଲୋଚନା କରି ଏ ଘଟଣାର ରିପୋର୍ଟ ମାଗିଛନ୍ତି । ଏନେଇ ସେ କହିଛନ୍ତି ଯେ, ଏହି ଘଟଣାର ଯାଞ୍ଚ ବରିଷ୍ଠ ଅଧିକାରୀଙ୍କ ଦ୍ବାରା କରାଯିବ।

ABOUT THE AUTHOR

...view details