ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ୟୁନିଭର୍ସିଟିରେ ହଷ୍ଟେଲ ଫି ବୃଦ୍ଧି ବିରୋଧରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ କରାଯାଇଥିବା ଆନ୍ଦୋଳନ ଏବେ ପର୍ଯ୍ୟନ୍ତ ଜାରି ରହିଛି। ଅସନ୍ତୁଷ୍ଟ ଛାତ୍ର ଏବଂ ଜେଏନୟୁ ପ୍ରଶାସନ ସହ ଆଲୋଚନା କରି ସମସ୍ତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି। ଏହି କମିଟି ସହ ଆଲୋଚନା କରିବା ପାଇଁ ମନ୍ତ୍ରଣାଳୟରେ ଜେଏନୟୁର କିଛି ଛାତ୍ରନେତା।
ଖୋଲିଲା ସମାଧାନର ବାଟ: ମାନବ ସମ୍ବଳ ମନ୍ତ୍ରଣାଳୟରେ ପହଞ୍ଚିଲେ ଛାତ୍ରଛାତ୍ରୀ - HRD ମନ୍ତ୍ରାଳୟ ପହଞ୍ଚିଲେ ଜେଏନୟୁ ଛାତ୍ର
ଜବାହାରଲାଲ ନେହେରୁ (ଜେଏନୟୁ) ବିଶ୍ବବିଦ୍ୟାଲୟର ଅସନ୍ତୋଷ ଛାତ୍ରଙ୍କ ସହ ଆଲୋଚନା କରି ସମସ୍ତ ସମସ୍ୟାର ଶାନ୍ତି ପୂର୍ଣ୍ଣ ସମାଧାନ କରିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି । ଏହି କମିଟି ସହ ଆଲୋଚନା କରିବା ପାଇଁ ମନ୍ତ୍ରାଳୟରେ ପହଞ୍ଚିଛନ୍ତି ଜେଏନୟ ବିଶ୍ବବିଦ୍ୟାଳୟର କିଛି ଛାତ୍ରନେତା।
ଜେଏନୟୁ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନ ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ଜେଏନୟୁ ପ୍ରଶାସନ ପକ୍ଷରୁ ଏନେଇ କୋର୍ଟରେ ଯାଚିକା ଦାଖଲ କରାଯାଇଛି। ଜେଏନୟୁ ଛାତ୍ର ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରି ଜେଏନୟୁର ପ୍ରଶାସନିକ ବିଲ୍ଡିଂରେ ପ୍ରଦର୍ଶନ କରିଥିବା ଯାଚିକାରେ ଦର୍ଶାଯାଇଛି ।
ସେପଟେ ଫି ବୃଦ୍ଧି ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଜେଏନୟୁ ଛାତ୍ର । ବୃଦ୍ଧି ପାଇଥିବା ଫି ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି । ସୋମବାର ହୋଇଥିବା ପ୍ରଦର୍ଶନରେ ଦିଲ୍ଲୀ ପୋଲିସ କେତେକ ଅଜ୍ଞାତ ଛାତ୍ରଙ୍କ ବିରୋଧରେ ଆଇନ ଉଲଙ୍ଘନ ଅଭିଯୋଗରେ ମାମଲା ରୁଜୁ କରିଛି ।