ଓଡିଶା

odisha

ETV Bharat / bharat

ତେଜୁଛି JNU ଛାତ୍ର ଆନ୍ଦୋଳନ: 4 ପ୍ରମୁଖ ମେଟ୍ରୋ ଷ୍ଟେସନ ବନ୍ଦ - ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଛାତ୍ର ମାନେ ସଂସଦ ଭବନ ଆଡକୁ ବିଶାଳ ମାର୍ଚ୍ଚରେ ଅଗ୍ରଗତି ହୋଇଛନ୍ତି । ଏହି ମାର୍ଚ୍ଚରେ ପାଖାପାଖି 3ହଜାରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ ରହିଛନ୍ତି । ଏହି ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ ମେଟ୍ରୋ ଓ ସଂସଦ ଭବନ ଆଖପାଖ ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Nov 18, 2019, 7:30 PM IST

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ରୀଛାତ୍ରମାନେ ବର୍ଦ୍ଧିତ ଫି' ବିରୋଧ ବିକ୍ଷୋଭ ଏବେ ପ୍ରଚଣ୍ଡ ରୂପ ଧାରଣା କରିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଛାତ୍ର ମାନେ ସଂସଦ ଭବନ ଆଡକୁ ବିଶାଳ ମାର୍ଚ୍ଚରେ ଅଗ୍ରଗତି ହୋଇଛନ୍ତି । ଏହି ମାର୍ଚ୍ଚରେ ପାଖାପାଖି 3ହଜାରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ ରହିଛନ୍ତି । ଏହି ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ ମେଟ୍ରୋ ଓ ସଂସଦ ଭବନ ଆଖପାଖ ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ


ଦିଲ୍ଲୀ ପୋଲିସର ପରାମର୍ଶ ପରେ କେନ୍ଦ୍ର ସଚିବାଳୟ, ଉଦ୍ୟୋଗ ଭବନ ଓ ପଟେଲ ଛକ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଥିଲା। ଜେଏନ୍‌ୟୁ ଛାତ୍ରଙ୍କ ମାର୍ଚ୍ଚକୁ ଆଖି ଆଗରେ ରଖି ପୋଲିସ ନିର୍ଦ୍ଦେଶନାମା ଜାରି କରି ଲୋକ କଲ୍ୟାଣ ମାର୍ଗ ମେଟ୍ରୋ ଷ୍ଟେସନ, ଉଦ୍ୟୋଗ ଭବନ, କେନ୍ଦ୍ର ସଚିବାଳୟ ଓ ପଟେଲ ଚୌକ ଷ୍ଟେସନ ଗେଟ୍‌ ବନ୍ଦ ପରେ କେବଳ କଲ୍ୟାଣ ମାର୍ଗ ମେଟ୍ରୋ ଷ୍ଟେସନକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଷ୍ଟେସନକୁ ସଂଧ୍ୟା ସମୟରେ ଖୋଲି ଦିଆଯାଇଛି ।

ଜେଏନ୍‌ୟୁ ଛାତ୍ରଙ୍କ ଉଗ୍ର ଆନ୍ଦୋଳନ ଫଳରେ ଦିଲ୍ଲୀର ବିଭିନ୍ନ ହାଇପ୍ରୋଫାଇଲ ଏରିଆରେ ଟ୍ରାଫିକ ପ୍ରଭାବିତ ହୋଇଛି । ମୋତି ବାଗ, ହୟାତ ହୋଟେଲ, ଏମ୍ସ ସଫରଦଙ୍ଗଜ ରୋଡ ଓ ଅରବିନ୍ଦ ମାର୍ଗରେ ଟ୍ରାଫିକ ଜାମ ରହିଛି । ଏହାସହ ପ୍ରଦର୍ଶନକାରୀଙ୍କୁ ଅଟକାଇବା ପାଇଁ ବୋଟ କ୍ଲବ ଚୌକ, କୃଷ୍ଣା ମେନନ ମାର୍ଗ ଓ ରାଜାଜୀ ମାର୍ଗରେ ବ୍ୟାରିକେଡ୍‌ କରିବା ସହ ବିପୁଳ ସଂଖ୍ୟାରେ ପୋଲିସ ମୂତୟନ ହୋଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ସୁରକ୍ଷା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ଓ ସଂସଦ ଭବନ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି।

ABOUT THE AUTHOR

...view details