ନୂଆଦିଲ୍ଲୀ: ଦେଶ ବର୍ତ୍ତମାନ କୋରୋନା ଭାଇରସ ସହ ଲଢୁଛି । ଏହି ଭାଇରସକୁ ନେଇ ଏପର୍ଯ୍ୟନ୍ତ କୈଣସି ଚିକିତ୍ସା ସାମ୍ନାକୁ ଆସିନି । ଏ ସମୟରେ ପରୀକ୍ଷା ହିଁ କେବଳ ସଂକ୍ରମଣକୁ ରୋକିପାରିବ । ଏହାକୁ ଦୃଷ୍ଟିରେ ରଖି ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଆରଟି-ପିସିଆର କିଟ୍ ନିର୍ମାଣ କରିଛନ୍ତି । ଏହି କିଟର ସ୍ବତନ୍ତ୍ରତା ହେଉଛି କି ଏହା ମାତ୍ର 50 ମିନିଟରେ କୋରୋନା ସମ୍ପର୍କିତ ସଠିକ୍ ରିପୋର୍ଟ ଦେଇପାରିବ ।
ଜେଏନୟୁ ବୈଜ୍ଞାନିକମାନେ କୋରୋନା ଭାଇରସ ଯାଞ୍ଚ କରିବା ପାଇଁ ଏକ ଚିପ୍-ଆଧାରିତ ଆରଟି-ପିସିଆର କିଟ୍ ନିର୍ମାଣ କରିଛନ୍ତି । ଜେଏନୟୁ କୁଳପତି ପ୍ରଫେସର ଡ଼ଃ ଏମ ଜଗଦୀଶ କୁମାର କହିଛନ୍ତି ଯେ ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ଜୟଦୀପ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ଅନୁସନ୍ଧାନ କାର୍ଯ୍ୟ କରାଯାଇଛି । ଫଳରେ ଏକ ଚିପ ଆଧାରିତ ପୋର୍ଟେବଲ୍ କିଟ୍ ତିଆରି କରାଯାଇଛି ଯାହାକି ଖୁବ୍ କମ୍ ସମୟ ମଧ୍ୟରେ କୋଭିଡ୍-19 ର ସଠିକ୍ ଫଳାଫଳ ଦେଇପାରିବ।