ଓଡିଶା

odisha

ETV Bharat / bharat

ଜେଏନୟୁକୁ ଦେଶର ଗଙ୍ଗା କହିଲେ ପୂନମ - poonam mahajan

ଜେଏନୟୁ ପରିସରରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୂନମ ମହାଜନଙ୍କ ସଦସ୍ୟତା ଅଭିଯାନ ଆରମ୍ଭ । ଜେଏନୟୁକୁ ଦେଶର ଗଙ୍ଗା ବୋଲି କହିଛନ୍ତି ସେ ।

ଫଇଲ ଫଟୋ

By

Published : Jul 9, 2019, 2:26 PM IST

ନୂଆଦିଲ୍ଲୀ: ଭଆରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୂନମ ମହାଜନ ଜେଏନୟୁ ବିଶ୍ୱବିଦ୍ଯାଳୟ ପରିସରରୁ ବିଜେପିର ସଦସ୍ୟତା ଅଭିଯାନର ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଭାରତର ଅଖଣ୍ଡତା ସୁରକ୍ଷିତ ରହିଥିବା ପୂନମ କହିଛନ୍ତି।

ପୂନମ ଜେଏନୟୁକୁ ଦେଶର ଗଙ୍ଗା କହିଛନ୍ତି । ଏଥିସହ ପୂନମ କହିଛନ୍ତି ଯେ ସମସ୍ତଙ୍କ ବିକାଶ ଓ ସମସ୍ତଙ୍କ ବିଶ୍ବାସ ବିଜେପିର ପରମ୍ପରା ରହି ଆସିଥିବା ବେଳେ ସମସ୍ତେ ମିଶି ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ମଜବୁତ କରିବାର ଆବଶ୍ୟକତା ରହିଛି । ବିଜେପି ସମ୍ପୂର୍ଣ୍ଣ ଭାବେ ଗଣତାନ୍ତ୍ରୀକ ପ୍ରଣାଳୀରେ ବିଶ୍ବାସ କରିବା ସହ ସବୁ ଲୋକଙ୍କୁ ସାଥିରେ ନେଇ ବଢିବା ପାଇଁ ସଦସ୍ୟତା ଅଭିଯାନ ହେଉଥିବା ସେ ଜଣାଇଛନ୍ତି।

ABOUT THE AUTHOR

...view details