ଓଡିଶା

odisha

ETV Bharat / bharat

ଜେଏନୟୁ ହିଂସା ନେଇ କ'ଣ କହିଲେ ଏବିଭିପି ମହାସଚିବ, ଶୁଣନ୍ତୁ ... - Etv bharat interview with ABVP

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମହାସଚିବ, ଜେଏନୟୁ ହିଂସାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏବିଭିପିକୁ ନେଇ ଷଡଯନ୍ତ୍ର କରାଯାଉଥିବା ସେ ଇଟିଭି ଭାରତକୁ ଜଣାଇଛନ୍ତି। ଅଧିକ ପଢନ୍ତୁ...

JNU attack a well-planned conspiracy against ABVP
ଏବିଭିପି ସଚିବଙ୍କ ସହ EtvBharatର ସ୍ବତନ୍ତ୍ର ସାକ୍ଷାତକାର

By

Published : Jan 8, 2020, 3:24 PM IST

Updated : Jan 8, 2020, 4:59 PM IST

ନୂଆଦିଲ୍ଲୀ: ଜେଏନୟୁରେ ଆକ୍ରମଣ ପରେ ଏବିଭିପି ଓ ବାମପନ୍ଥୀ ପରସ୍ପରକୁ ଦୋଷ ଦେବା ଆରମ୍ଭ କରିଦେଇଥିଲେ। ଜେଏନୟୁ ଛାତ୍ର, ଏବିଭିପିକୁ ଦୋଷ ଦେଇଥିଲା ବେଳେ ଏବିଭିପି ବାମପନ୍ଥୀକୁ ଦୋଷ ଦେଇଛି। ଏହାକୁ ନେଇ ଇଟିଭି ଭାରତ ପ୍ରଥମେ ସିପିଏମର ବରିଷ୍ଠ ନେତା ବୃନ୍ଦା କରାତଙ୍କ ସହ ଆଲୋଚା କରିଥିବା ବେଳେ ବର୍ତ୍ତମାନ ଆମେ ଏବିଭିପିର ମହାସଚିବଙ୍କ ସହ ଆଲୋଚନା କରିଛୁ ।

ଏବିଭିପି ସଚିବଙ୍କ ସହ EtvBharatର ସ୍ବତନ୍ତ୍ର ସାକ୍ଷାତକାର

ସମ୍ପାଦକ ଶ୍ରୀନିବାସଙ୍କ ମତରେ, ଏବିଭିପିକୁ ବଦନାମ କରିବା ପାଇଁ ଏହା ଏକ ପ୍ରାୟୋଜିତ ଯୋଜନା। ଅନ୍ୟପକ୍ଷେ ବୃନ୍ଦା କରାତଙ୍କ ମତରେ, ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ କିଛି ବାହାର ଲୋକ ଓ ଏବିଭିପିର କର୍ମକର୍ତ୍ତା ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ପରେ ସେ ଏମ୍ସ ଯାଇଥିଲେ । ସେଠାରେ କିଛି ଏବିଭିପିର ଛାତ୍ର ଥିବା ବେଳେ 17ଜଣ ବାମପନ୍ଥୀ ଛାତ୍ର ଥିଲେ।

ଏହାସହ ସିପିଆଇଏମର ଜେନେରାଲ ସେକ୍ଟ୍ରେଟାରୀ ସୀତାରାମ ୟେଚୁରୀଙ୍କ କହିବାନୁସାରେ, ଆନ୍ଦୋଳନ ସମୟରେ ‘ଭାରତ୍ ମାତା କି ଜୟ’ ସ୍ଲୋଗାନ ଶୁଣିବାକୁ ମିଳୁଥିଲା। ଏହାର ଉତ୍ତରରେ ଶ୍ରୀନିବାସ କହିଛନ୍ତି କି, ଯଦି କେବଳ ବାମପନ୍ଥୀ ଛାତ୍ର ହିଁ ଆହତ ହୋଇଛନ୍ତି ତେବେ ସମସ୍ତଙ୍କ ଫଟୋ ନଦେଖାଇ କେବଳ ଜଣେ କିମ୍ବା ଦୁଇଜଣଙ୍କ ଫଟୋ କାହିଁକି ଦେଖାଉଛନ୍ତି । ଆଉ ବାକି ରହିଲା ସ୍ଲୋଗାନ୍ କଥା, ଦେଶର ପ୍ରତ୍ୟେକ ନାଗରିକ ଏହି ନାରା ଦେଇଥାଏ ବୋଲି ସେ କହିଛନ୍ତି ।

ଜେଏନୟୁର ଦୁଇ ବିଚାର ଧାରାର ଛାତ୍ର ସଙ୍ଗଠନ ପରସ୍ପର ସହ ଲଢୁଛନ୍ତି । ଆଉ ଏହାର ଲାଭ ନେଉଛନ୍ତି ଅନ୍ୟମାନେ। ଏହି ସମୟରେ ହିନ୍ଦୁ ରାଷ୍ଟ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜକୁ ଦାୟୀ କରିବା ନେଇ ସେ କହିଛନ୍ତି ଯେ, ଯଦି ଏମିତି କୌଣସି ବ୍ୟକ୍ତି ଜଡିତ ଅଛନ୍ତି ତେବେ ତାଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ସେ ଦାବି କରିଛନ୍ତି। ଏଭଳି ସ୍ଥିତିରେ ଏକ ଉଚ୍ଚସ୍ତରୀୟ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଶ୍ରୀନିବାସ କହିଛନ୍ତି ।

Last Updated : Jan 8, 2020, 4:59 PM IST

ABOUT THE AUTHOR

...view details