ଓଡିଶା

odisha

ଜେଏନୟୁ ହଷ୍ଟେଲ ନିୟମକୁ କଡାକଡି କଲା ପ୍ରଶାସନ

By

Published : Jan 12, 2020, 1:58 PM IST

ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରେ ଜାନୁଆରୀ 5ରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ଜେଏନୟୁ ପ୍ରଶାସନ ଅଡିଟ୍ ଜାରି କରିଛି । ଆଗକୁ ପଢନ୍ତୁ...

JNU administration orders audit
ଫାଇଲ ଫଟୋ

ନୂଆଦିଲ୍ଲୀ: ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରେ ଜାନୁଆରୀ 5ରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ଜେଏନୟୁ ପ୍ରଶାସନ ଅଡିଟ୍ ଜାରି କରିଛି । ହଷ୍ଟେଲର ନିୟମକୁ କଡାକଡି କରିଛି । ଯଦି ହଷ୍ଟେଲରେ କୌଣସି ବାହାର ଲୋକ ରହୁଥିବେ ତ' ତୁରନ୍ତ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ । ଅନ୍ୟପକ୍ଷେ ଜେଏନୟୁ ଛାତ୍ରସଂଘ ଏହାକୁ ବିରୋଧ କରିଛି । ସଂଘ ମତରେ, ଜେଏନୟୁ ପ୍ରଶାସନ ନିଜେ ହିଂସା କରୁଛି ମାତ୍ରା ହଷ୍ଟେଲରେ ଅଡିଟ୍ ଜାରି କରାଯାଉଛି ।

ଜାନୁଆରୀ 5ରେ ହଷ୍ଟେଲରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ସୁରକ୍ଷା କଡାକଡି କରିଛନ୍ତି । ଜେଏନୟୁ ଛାତ୍ରସଂଘର ମହାସଚିବ ସତୀଶ ଚନ୍ଦ୍ର ଯାଦବ କହିଛନ୍ତି, ଅସଲ ମୁଦ୍ଦାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଅଡିଟ୍ ଜାରି କରିବା ଅପେକ୍ଷା ସୁରକ୍ଷା ନେଇ ସଜାଗ ରୁହନ୍ତୁ ବୋଲି ସେ କହିଛନ୍ତି । ଯଦି ଅଡିଟ୍ ଜାରି କରାଯାଉଛି ତେବେ ଏଥିରେ ହଷ୍ଟେଲର ସଚିବଙ୍କ ସହ ବିଶ୍ବବିଦ୍ୟାଳୟର ସଦସ୍ୟ, ସିକ୍ୟୁରିଟି ଗାର୍ଡ ଓ ପୋଲିସ କର୍ମୀ ସାମିଲ ରହିବା ଉଚିତ୍ ।

ABOUT THE AUTHOR

...view details