ରାଞ୍ଚି:ଝାଡଖଣ୍ଡର ଧାନବାଦ ଇଲାକାରେ ଏକ ବିଭତ୍ସ ହତ୍ୟାକାଣ୍ଡ। ଏଠାକାର ସ୍ଥାନୀୟ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଶଙ୍କର ରାୱାନୀ ଓ ତାଙ୍କ ପତ୍ନୀ ବାଳିକା ଦେବୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଧନବାଦ ମହାନଗର କମିଟିର ଉପାଧକ୍ଷ ଦାୟିତ୍ବରେ ଥିଲେ ଶଙ୍କର ରାୱାନୀ। ଗତ ଶନିବାର ବିଳମ୍ବିତ ରାତିରେ ଦୁହିଁଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ଧାନବାଦ ପୋଲିସ।
ଧାନବାଦରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଜନୈତିକ ଶତୃତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଦୁହିଁଙ୍କ ମୃତଦେହରେ ଏକାଧିକ ଥର ଛୁରା ମାଡ଼ କରାଯାଇଛି। ଏହାସହ ଶଙ୍କର ରାୱାନୀ ଓ ତାଙ୍କ ପତ୍ନୀଙ୍କ ଦେହରେ ଗୁଳି ମାଡ଼ର କ୍ଷତ ମଧ୍ୟ ଦେଖା ଦେଇଛି।