ଓଡିଶା

odisha

ETV Bharat / bharat

ଝାଡଖଣ୍ଡ ବିଧାନସଭା 2ୟ ପର୍ଯ୍ୟାୟ ନିର୍ବାଚନ: 64.39% ମତଦାନ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି ରହିଛି। 64.39 ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

By

Published : Dec 7, 2019, 1:06 PM IST

Updated : Dec 7, 2019, 11:18 PM IST

J'khand polls
ଫାଇଲ ଫଟୋ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି ରହିଛି। 64.39 ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ଖାସକରି ଆଦିବାସୀ ଅଞ୍ଚଳରେ ଲୋକେ ଉତ୍ସାହର ସହ ଭୋଟ ଦେଉଥିବା ସେ କହିଛନ୍ତି।

ଜାମସେଦପୁର ପୂର୍ବ ଏବଂ ପଶ୍ଚିମ ଆସନରେ ସନ୍ଧ୍ୟା 5ଟାରେ ମତଦାନ ଶେଷ ହୋଇଥିବା ବେଳେ ବଳକା 18ଟି ଆସନରେ ଅପରାହ୍ଣ 3ଟାରେ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି । ପ୍ରାୟ 48,25,038 ମତଦାତା 260 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ମତଦାନ ପାଇଁ ବୁଥ୍ ଗୁଡିକରେ ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ସେପଟେ ମତଦାନ କେନ୍ଦ୍ରକୁ ଆସି ନିଜର ମତସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ।

Last Updated : Dec 7, 2019, 11:18 PM IST

ABOUT THE AUTHOR

...view details