ଓଡିଶା

odisha

ETV Bharat / bharat

ସତ୍ୟପାଳ ମଲ୍ଲିକଙ୍କ ଟ୍ବିଟର ହ୍ୟାଣ୍ଡେଲ ହ୍ୟାକ

ଦିନକୁ ଦିନ ବଢିବାରେ ଲାଗିଛି ହ୍ୟାକରଙ୍କ ଆତଙ୍କ। ବର୍ତ୍ତମାନ ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ଟ୍ବିଟର ହ୍ୟାଣ୍ଡେଲ ହ୍ୟାକ କରିଛି ହ୍ୟାକର ।

ଫାଇଲ ଫଟୋ

By

Published : May 1, 2019, 4:33 AM IST


ଶ୍ରୀନଗର: ହ୍ୟାକର୍ସଙ୍କ ଟାର୍ଗେଟରେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ । କିଛି ହ୍ୟାକର୍ସ ତାଙ୍କ ଟ୍ବିଟର ହ୍ୟାଣ୍ଡେଲକୁ ହ୍ୟାକ କରିଥିବା ସୂଚନା ମିଳିଛି । ହ୍ୟାକ କରିବା ପରେ ତାଙ୍କ ଟ୍ବିଟରର କିଛି ତଥ୍ୟ ବଦଳାଇଛନ୍ତି ହ୍ୟାକର୍ସ । ଏହା ସହିତ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଫଲୋ କରାଯାଇଛି ।

ତେବେ ଘଟଣାର ଖବର ମିଳିବା ପରେ ଏନେଇ ତୁରନ୍ତ ପୋଲିସରେ ଏକ ମାମଲା ରୁଜୁ ହେଇଥିବା ରାଜ ଭବନର ମୁଖପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଘଟଣାର ଖବର ମିଳିବା ପରେ ତୁରନ୍ତ ଆକାଉଣ୍ଟରେ ସୁଧାର ଅଣାଯାଇଛି ଏବଂ ଇମ୍ରାନଙ୍କ ଟ୍ବିଟର ହ୍ୟାଣ୍ଡେଲକୁ ଅନଫଲୋ କରାଯାଇଛି ।

ABOUT THE AUTHOR

...view details