ଶ୍ରୀନଗର: ଶନିବାର ଜମ୍ମୁ-କଶ୍ମରୀର କୁଲଗାମ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ 5 ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ ଲୁଚି ରହିଥିବାର ଖବର ପାଇ ସେନା କୁମ୍ବିଂ ଅପରେସନ ଆରମ୍ଭ କରିଥିଲା । ଏହା ପରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ।
ଭାରତୀୟ ସେନାଙ୍କ ସଫଳତା, 5 ଆତଙ୍କୀ ନିହତ
ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । 5 ଆତଙ୍କବାଦୀ ନିହତ ହୋଇଛନ୍ତି ।
ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା କର୍ଣ୍ଣଲ ରାଜେଶ କାଳିୟାଙ୍କ ସୂଚନାନୁଯାୟୀ, କେଲମ ଗାଁରେ 5 ଆତଙ୍କବାଦୀଙ୍କ ଉପସ୍ଥିତିକୁ ନେଇ ସେନା ପକ୍ଷରୁ ଅପରେସନ କରାଯାଇଥିଲା । କେଲନ ଗ୍ରାମରେ ସେନା ପକ୍ଷରୁ ଘେରାବନ୍ଦୀ କରାଯିବା ସହ ଛାନଭିନ କରାଯ।ଇଥିଲା ।
ସୂଚନାନୁଯାୟୀ, ନିହତ ଆତଙ୍କୀଙ୍କ ପରିଚୟ ମିଳି ନ ଥିବାବେଳେ ଏହାର ତଦନ୍ତ କରାଯ।ଉଛି । ଏଥିସହ ସେମାନଙ୍କ ଠାରୁ ଗୋଳାବାରୁଦ ଓ ହତିଆର ଜବତ କରାଯାଇଛି । ତେବେ ଗତ କିଛିଦିନ ତଳେ କୁଲଗାମରେ ଆତଙ୍କବାଦୀମାନେ ସିଆରପିଏଫ କ୍ୟାମ୍ପ ଉପରେ ଗ୍ରେନେଡ ଦ୍ବାରା ଆକ୍ରମଣ କରିଥିଲେ । ଏଥିରେ ଜଣେ ଯବାନ ଆହତ ହୋଇଥିଲେ ।