ନୂଆଦିଲ୍ଲୀ: 2012 ପରଠାରୁ ପ୍ରଥମ ଥର ପାଇଁ ଜାମ୍ମୁ ଓ କାଶ୍ମୀର ହ୍ରଦ ଏବଂ ଜଳପଥ ବିକାଶ ପ୍ରାଧିକରଣ (LAWDA) ଡାଲ ହ୍ରଦକୁ ସଫା କରିବା ପାଇଁ ନୂତନ ହାଇ-ଟେକ ମେସିନ କ୍ରୟ କରିଛି । ଏନେଇ ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଫତ ଅହମଦ ଜିଲାନି ।
ଡାଲ ସଫା କରିବା ପାଇଁ ପ୍ରଥମ ଥର ଭୂସ୍ବର୍ଗରେ ପହଞ୍ଚିଲା ହାଇଟେକ ମେସିନ - ଭୂସ୍ବର୍ଗରେ ପହଞ୍ଚିଲା ହାଇଟେକ ମେସିନ
ଜାମ୍ମୁ ଓ କାଶ୍ମୀର ହ୍ରଦ ଏବଂ ଜଳପଥ ବିକାଶ ପ୍ରାଧିକରଣ (LAWDA) ଡାଲ ହ୍ରଦକୁ ସଫା କରିବା ପାଇଁ ନୂତନ ହାଇ-ଟେକ ମେସିନ କ୍ରୟ କରିଛି । ଏନେଇ ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଫତ ଅହମଦ ଜିଲାନି । ଅଧିକ ପଢନ୍ତୁ...
![ଡାଲ ସଫା କରିବା ପାଇଁ ପ୍ରଥମ ଥର ଭୂସ୍ବର୍ଗରେ ପହଞ୍ଚିଲା ହାଇଟେକ ମେସିନ ଡାଲ ହ୍ରଦକୁ ସଫା କରିବା ପାଇଁ ପ୍ରଥମ ଥର ଭୂସ୍ବର୍ଗରେ ପହଞ୍ଚିଲା ହାଇଟେକ ମେସିନ](https://etvbharatimages.akamaized.net/etvbharat/prod-images/768-512-8529246-988-8529246-1598190356603.jpg)
ଜିଲାନି କହିଛନ୍ତି ଯେ ଜାମ୍ମୁ କାଶ୍ମୀର ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ବିଶେଷଜ୍ଞ କମିଟିର ସୁପାରିଶ କ୍ରମେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି)ରୁ ଡାଲ ହ୍ରଦର ସଫେଇ ପ୍ରକ୍ରିୟାରେ ଆବଶ୍ୟକୀୟ ଉଚ୍ଚ କ୍ଷମତା ସମ୍ପନ୍ନ ଉପକରଣ କ୍ରୟ କରାଯାଇଛି।
ଜିଲାନୀଙ୍କ ଅନୁଯାୟୀ, LAWDA ଏକ ସ୍ବଦେଶୀ ନିର୍ମିତ ଉଚ୍ଚ କ୍ଷମତା ବିଶିଷ୍ଟ ଡି-ୱେଡିଂ ମେସିନ, ଦୁଇଟି 100 ଟନ କ୍ଷମତା ବିଶିଷ୍ଟ ବ୍ୟାରେଜ, ଗୋଟିଏ ସ୍ବୟଂ ଚାଳିତ ବ୍ୟାରେଜ ଏବଂ ଗୋଟିଏ କ୍ରେନ କିଣା ସରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମେସିନଗୁଡ଼ିକର ମୂଲ୍ୟ ପ୍ରାୟ 4 କୋଟି ଟଙ୍କା ଏବଂ 2012 ପରେ ଏହା ପ୍ରଥମ ଥର ପାଇଁ ଏହି ମେସିନ କ୍ରୟ କରାଯାଇଛି ।