ଓଡିଶା

odisha

By

Published : Sep 14, 2019, 11:36 PM IST

ETV Bharat / bharat

‘ଦେଶ ବିଭାଜନ ସବୁଠାରୁ ବଡ଼ ଭୁଲ ଥିଲା’

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ କି ଯେଉଁ ଦିନ ଦେଶ ବିଭାଜନ ହୋଇଥିଲା, ସେହିଦିନ ଦେଶ ପାଇଁ ଏକ କଳା ଦିନ ଥିଲା । ଦେଶ ବିଭାଜନକୁ ଗାନ୍ଧୀଜୀ ବିରୋଧ କରୁଥିବା ବେଳେ କିଛି ସ୍ବାର୍ଥନ୍ୟସ୍ତ ଗୋଷ୍ଠୀଙ୍କ ପାଇଁ ଏହି ବିଭାଜନ ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ଯୁରୋ

ନୂଆଦିଲ୍ଲୀ: ଆଧୁନିକ ଭାରତରେ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି ଦେଶର ବିଭାଜନ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଦେଶର ବିଭାଜନ ହୋଇ ନଥାନ୍ତା, ତେବେ ଆଜି ଜମ୍ମୁ-କାଶ୍ମୀରକୁ ନେଇ ଏତେ ଚର୍ଚ୍ଚା ଆଲୋଚନା ହୋଇ ନଥାନ୍ତା । କିଛି ଲୋକଙ୍କର ସ୍ବାର୍ଥ ପାଇଁ ଏହି ବିଭାଜନ ହୋଇଥିଲା ।

ବିଶ୍ବ ହିନ୍ଦୁ ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି କି, ଦେଶ ବିଭାଜନକୁ ବିରୋଧ କରୁଥିଲେ ଗାନ୍ଧୀଜୀ । ଆଧୁନିକ ଭାରତରେ ଏହି ବିଭାଜନ ସବୁଠାରୁ ବଡ ଭୁଲ । ଗାନ୍ଧୀଜୀ କହିଥିଲେ ଯଦି ଦେଶ ବିଭାଜନ ହେବ, ତେବେ ମୋର ମୃତଦେହ ଉପରେ ଏହି ବିଭାଜନ ହେବ । ସେ ଏହି ବିଭାଜନକୁ ନେଇ ଖୁବ ଦୁଃଖି ଥିଲେ । ଏଥିପାଇଁ ସେ ଦେଶ ସ୍ବାଧୀନତା ପୂର୍ବରୁ ବଙ୍ଗ ଯାତ୍ରା କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି ।

କେବଳ କିଛି ଲୋକଙ୍କ ସ୍ବାର୍ଥ ପାଇଁ ଦେଶ ବିଭାଜନ ହୋଇଥିଲା । ଏହାକୁ ତତ୍କାଳୀନ କିଛି ଉଚ୍ଚ ପଦାଧିକାରୀ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ତାହା ହୋଇ ପାରିନଥିଲା ବୋଲି ସେ କହିଥିଲେ । ଯଦି ଏହି ବିଭାଜନ ହୋଇ ନଥାନ୍ତା ତେବେ ଏହି ଜମ୍ମୁ କାଶ୍ମୀର ସମସ୍ୟା ଦେଖା ଦେଇନଥାନ୍ତା କି ଏତେ ଆଲୋଚନା ହୋଇ ନଥାନ୍ତା ବୋଲି ସେ କହିଥିଲେ ।

ABOUT THE AUTHOR

...view details