ଓଡିଶା

odisha

ETV Bharat / bharat

JIPMER 2020 ପଞ୍ଜୀକରଣ ଆରମ୍ଭ, ସେପ୍ଟେମ୍ବର 1 ଆବେଦନର ଶେଷ ତାରିଖ - jipmer.edu.inରେ ଆବେଦନ କରନ୍ତୁ

ଜବାହରଲାଲ ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ଏବଂ ଗବେଷଣା ଅନୁଷ୍ଠାନ (JIPMER) ପକ୍ଷରୁ JIPMER 2020 ପାଇଁ ଆବେଦନ ଫର୍ମ ଜାରି କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ JIPMER 2020 ପରୀକ୍ଷା ପାଇଁ ଆବେଦନ କରିବାକୁ ଆଗ୍ରହୀ, ସେମାନେ ଅନୁଷ୍ଠାନର ନିଜସ୍ବ ୱେବ୍‌ସାଇଟ୍‌ରେ ପୂର୍ଣ୍ଣାଙ୍ଗ ଆବେଦନ ପତ୍ର ଅନ୍‌ଲାଇନ୍‌ରେ ପୂରଣ କରିପାରିବେ ।

JIPMER 2020 ପଞ୍ଜୀକରଣ ଆରମ୍ଭ, jipmer.edu.inରେ ଆବେଦନ କରନ୍ତୁ
JIPMER 2020 ପଞ୍ଜୀକରଣ ଆରମ୍ଭ, jipmer.edu.inରେ ଆବେଦନ କରନ୍ତୁ

By

Published : Aug 13, 2020, 6:27 PM IST

ହାଇଦ୍ରାବାଦ: ଜବାହରଲାଲ ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ଏବଂ ଗବେଷଣା ଅନୁଷ୍ଠାନ (JIPMER) ପକ୍ଷରୁ JIPMER 2020 ପାଇଁ ଆବେଦନ ଫର୍ମ ଜାରି କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ JIPMER 2020 ପରୀକ୍ଷା ପାଇଁ ଆବେଦନ କରିବାକୁ ଆଗ୍ରହୀ, ସେମାନେ ଅନୁଷ୍ଠାନର ନିଜସ୍ବ ୱେବ୍‌ସାଇଟ୍‌ରେ ପୂର୍ଣ୍ଣାଙ୍ଗ ଆବେଦନ ପତ୍ର ଅନ୍‌ଲାଇନ୍‌ରେ ପୂରଣ କରିପାରିବେ ।

ଆବେଦନ ତାରିଖ ସଂପର୍କରେ ପ୍ରଦତ୍ତ ସୂଚନା ଅନୁସାରେ, ଅନ୍‌ଲାଇନ୍‌ ଆବେଦନ ଦାଖଲ କରିବାର ଶେଷ ତାରିଖ 1 ସେପ୍‌ଟେମ୍ବର, 2020 । 22 ସେପ୍‌ଟେମ୍ବର, 2020ରେ JIPMER 2020 ପରୀକ୍ଷା ଅନୁଷ୍ଠିତ ହେବ ।

ଯେଉଁ ସବୁ ପାଠ୍ୟକ୍ରମ ପାଇଁ ଆବେଦନ ଫର୍ମ୍‌ ଜାରି କରାଯାଇଛି ସେଗୁଡ଼ିକ ହେଲା ବିଏସ୍‌ସି ଆଲାଏଡ୍‌ ସାଇନ୍‌ସ, ବିଏସ୍‌ସି ନର୍ସିଂ, ଏମ୍‌ଏସ୍‌ସି ଆଲାଏଡ ସାଇନ୍‌ସ, ଏମ୍‌ଏସ୍‌ସି ନର୍ସିଂ, ମାଷ୍ଟର ଅଫ ପବ୍ଲିକ୍‌ ହେଲ୍‌ଥ (MPH), ପିଜି ଡିପ୍ଲୋମା (PGD), ପିଜି ଫେଲୋସିପ୍‌ (PGF), ପୋଷ୍ଟ ବେସିକ୍‌ ଡିପ୍ଲୋମା ଇନ୍‌ ନର୍ସିଂ (PBD) ଏବଂ ବିଭିନ୍ନ ପିଏଚ୍‌ଡି ପାଠ୍ୟକ୍ରମ ।

ଯେଉଁ ପ୍ରାର୍ଥୀମାନେ JIPMER 2020 ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ପ୍ରତିଟି ପାଠ୍ୟକ୍ରମ ପାଇଁ ନିର୍ଦ୍ଧାରିତ ଯୋଗ୍ୟତା ହାସଲ କରିଛନ୍ତି ବୋଲି ନିଶ୍ଚିତ ଭାବରେ ଯାଞ୍ଚ କରିନେବେ ।

JIPMER 2020 ପରୀକ୍ଷା ପାଇଁ ଆବେଦନ ଫର୍ମ ଅନୁଷ୍ଠାନର ଅଧିକୃତ ୱେବ୍‌ସାଇଟ୍‌ jipmer.edu.inରେ ଉପଲବ୍ଧ । ପ୍ରାର୍ଥୀମାନେ ନିମ୍ନରେ ପ୍ରଦତ୍ତ ଲିଙ୍କ୍‌ ଜରିଆରେ ବି ସିଧାସଳଖ ଆବେଦନ କରିପାରିବେ ।

https://main.jipmer.edu.in/announcement/jipmer-bsc-msc-mph-pgd-pgf-phd-pbd-courses-admission-2020

JIPMER 2020 ପଞ୍ଜୀକରଣର ବିଭିନ୍ନ ପର୍ଯ୍ୟାୟ

ପର୍ଯ୍ୟାୟ 1: JIPMERର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଆନ୍ତୁ

ପର୍ଯ୍ୟାୟ 2: JIPMER 2020 ରେଜିଷ୍ଟ୍ରେସନ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ

ପର୍ଯ୍ୟାୟ 3: ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ ଫର୍ମରେ ଆବଶ୍ୟକ ବିବରଣୀ ପ୍ରଦାନ କରନ୍ତୁ

ପର୍ଯ୍ୟାୟ 4: ପ୍ରାର୍ଥୀମାନେ ସେମାନଙ୍କ ଦ୍ବାରା ପଞ୍ଜୀକୃତ ମୋବାଇଲ ନମ୍ବର ଏବଂ ଇ-ମେଲ୍‌ ଆଇଡିରେ ‘ୟୁଜର ଆଇଡି’ ଏବଂ ‘ପାସ୍‌ୱାର୍ଡ’ ପାଇଯିବେ

ପର୍ଯ୍ୟାୟ 5: ପଞ୍ଜୀକୃତ ଇ-ମେଲ୍‌ ଆଇଡିକୁ ପଠାଯାଇଥିବା ଲିଙ୍କ୍‌ ଜରିଆରେ ଲଗ୍‌ଇନ୍‌ କରନ୍ତୁ

ପର୍ଯ୍ୟାୟ 6: ଆବେଦନ ଫର୍ମ ପୂରଣ ପାଇଁ ଲଗ୍‌ଇନ୍‌ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ଅନ୍‌ଲାଇନ୍‌ ଆବେଦନ ଫର୍ମ ପୂରଣ କରିବା ସମୟରେ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ ଫି’ ଦାଖଲ କରିବା ଆବଶ୍ୟକ । ଦେୟ ପ୍ରଦାନ ନିମନ୍ତେ ଉପଲବ୍‌ଧ ବିଭିନ୍ନ ପ୍ରକ୍ରିୟା ଜରିଆରେ JIPMER 2020ର ଅନ୍‌ଲାଇନ୍‌ ଆବେଦନ ଫି’ ଦାଖଲ କରିବା ଆବଶ୍ୟକ ।

ABOUT THE AUTHOR

...view details