ଓଡିଶା

odisha

ETV Bharat / bharat

3 ମାସରେ 1.82 କୋଟି ଦିଲ୍ଲୀବାସୀ ଆପଣାଇଛନ୍ତି ଜିଓ

ଟ୍ରାଇ ରିପୋର୍ଟ ଅନୁଯାୟୀ, 2020 ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରିଲାଏନ୍ସ ଜିଓ ବଜାରରେ ପ୍ରଥମ ସ୍ଥାନରେ ରହିଛି । ଅଧିକ ପଢନ୍ତୁ...

By

Published : Jul 14, 2020, 9:30 PM IST

3 ମାସରେ 1.82 କୋଟି ଦିଲ୍ଲୀବାସୀ ଆପଣାଇଛନ୍ତି ଜିଓ
3 ମାସରେ 1.82 କୋଟି ଦିଲ୍ଲୀବାସୀ ଆପଣାଇଛନ୍ତି ଜିଓ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ । ଏହାର ପ୍ରମାଣ ଟ୍ରାଇ(TRAI) ରିପୋର୍ଟରେ ମିଳିଛି । ଟ୍ରାଇ ରିପୋର୍ଟ ଅନୁଯାୟୀ, 2020 ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରିଲାଏନ୍ସ ଜିଓ ବଜାରରେ ପ୍ରଥମ ସ୍ଥାନରେ ରହିଛି । ଏହି ସମୟ ମଧ୍ୟରେ କମ୍ପାନୀ ନିଜସହ ପ୍ରାୟ 1.82 କୋଟି ଗ୍ରାହକ ଯୋଡିବାରେ ସଫଳ ହୋଇଛି ।

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରେ କମ୍ପାନୀ ନିଜସହ କେବଳ 2.59 ଲକ୍ଷ ଗ୍ରାହକ ଯୋଡିଥିଲା । ମାତ୍ର ବର୍ତ୍ତମାନ ଜିଓର ନେଟୱାର୍କ ସମଗ୍ର ଦିଲ୍ଲୀ ସର୍କଲକୁ କଭର କରିଛି । ବର୍ତ୍ତମାନ ଦିଲ୍ଲୀରେ ଜିଓର 25,000ରୁ ଅଧିକ ଖୁଚୁରା ଷ୍ଟୋର୍ ଏବଂ 34ଟି ଜିଓ ସେଣ୍ଟର ରହିଛି । ଯାହା କ୍ରମାଗତ ଭାବରେ ଉପଭୋକ୍ତାମାନଙ୍କୁ ସେବା ଯୋଗାଉଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଜାନୁଆରୀ 2020ରେ ରିଲାଏନ୍ସ ଜିଓ ମୋବାଇଲ୍ ସେବା ଦ୍ବାରା ଦୁଇ ଲକ୍ଷ 67 ହଜାର 180 ନୂତନ ଗ୍ରାହକ ନିଜସହ ଯୋଡିଛି । ଏଥି ସହିତ, ଜାନୁଆରୀ 2019 ପୂର୍ବରୁ ଦିଲ୍ଲୀ ସର୍କଲରେ କମ୍ପାନୀ ଏକ କୋଟି 74 ଲକ୍ଷ 85 ହଜାର ପାଞ୍ଚ ଗ୍ରାହକ ଯୋଡିଥିଲା ।

ABOUT THE AUTHOR

...view details