ଓଡିଶା

odisha

By

Published : Sep 18, 2019, 8:28 AM IST

ETV Bharat / bharat

ବିବାହର 10 ଦିନ ପରେ ନବବଧୂ ଫେରାର, ଅଭିଯୋଗ ପରେ ପ୍ରେମୀଯୁଗଳ ଗିରଫ

ଝାଡଖଣ୍ଡରେ ନବବଧୂ, ପ୍ରେମିକ ସହ ଫେରାର । ଅଭିଯୋଗ ପରେ ରାଉରକେଲାରୁ ଦୁହେଁ ଗିରଫ । ଗିରଫ ପରେ ଦୁହିଁଙ୍କୁ କୋର୍ଟ ଚାଲାଣ । ଅଭିଯୋଗ କରିଥିଲେ ପୀଡିତ ସ୍ବାମୀ ।

ଡିଜାଇନ ଫଟୋ

ରାଞ୍ଚି: ବିବାହର 10 ଦିନ ପରେ ପ୍ରେମିକ ସହ ନବବଧୂ ଫେରାର । ସ୍ବାମୀର ଅଭିଯୋଗ ପରେ ଦୁହିଁଙ୍କୁ ରାଉରକେଲାରୁ ଗିରଫ କଲା ଝାଡଖଣ୍ଡ ପୋଲିସ । ଗିରଫ ପରେ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀ ମାସରେ ଝାଡଖଣ୍ଡର ଆଦିତ୍ୟପୁର ଥାନା ଅଞ୍ଚଳର ଯୁବକ ଆଶୁତୋଷ କୁମାରଙ୍କ ସହିତ ରାଉରକେଲା ଅଞ୍ଚଳର ଯୁବତୀଙ୍କ ବିବାହ ହୋଇଥିଲା । ତେବେ ବିବାହର 10 ଦିନ ପରେ ବାପା ଘରକୁ ଯିବ ବୋଲି କହି ବିବାହିତା ଜଣଙ୍କ ରାଉରକେଲା ଆସିଥିଲା । ସେଠାରୁ ସେ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଥିଲା ।

ଏପଟେ ସ୍ବାମୀ ଆଶୁତୋଷ ଆଦିତ୍ୟପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ପ୍ରେମୀଯୁଗଳଙ୍କୁ ରାଉରକେଲାରୁ ଗିରଫ କରିଛି ।

ABOUT THE AUTHOR

...view details