ରାଞ୍ଚି:ଝାଡଖଣ୍ଡ ଦେଓଘର ଅଞ୍ଚଳରେ ସାଇବର ଅପରାଧ ମାମଲାରେ 13 ଗିରଫ । ସୋମବାର ବିଳମ୍ବିତ ରାତିରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ 25 ଟି ମୋବାଇଲ, 38 ଟି ସିମକାର୍ଡ, 11 ଟି ଏଟିଏମ କାର୍ଡ, ବହୁ ସଂଖ୍ୟକ ବ୍ୟାଙ୍କ ପାସବୁକ, ଲାପଟପ, ସ୍ବାଇପ ମେସିଓ ଓ କିଛି ନଗଦ ଟଙ୍କା ଜବତ କରାଯାଇଛି । ଏନେଇ ମଙ୍ଗଳବାର ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ପୋଲିସ କବଳରେ 13 ସାଇବର ଅପରାଧୀ - ଝାଡଖଣ୍ଡରେ 13 ସାଇବର ଅପରାଧୀ ଗିରଫ
ଝାଡଖଣ୍ଡରେ ସାଇବର ଅପରାଧରେ ଜଡିତ 13 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ନିଜକୁ ବ୍ୟାଙ୍କ କର୍ମଚାରୀ ଦର୍ଶାଇ ଲୋକମାନଙ୍କୁ ଠକେଇର ଶିକାର କରୁଥିଲେ ଏହି ଅଭିଯୁକ୍ତ । ଅଧିକ ପଢନ୍ତୁ...
ପୋଲିସ କବଳରେ 13 ସାଇବର ଅପରାଧୀ
ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ନିଜକୁ ବ୍ୟାଙ୍କ କର୍ମଚାରୀ ଦର୍ଶାଇ ଲୋକଙ୍କୁ ଫୋନ କରୁଥିଲେ ଏବଂ ସେମାନଙ୍କ ନିକଟରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଡେବିଟ କାର୍ଡ ନମ୍ବର, ପିନ ନମ୍ବର, ଆଧାର ନମ୍ବର ଓ ଓଟିପି ନମ୍ବର ସଂଗ୍ରହ କରି ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିଲେ । ଏ ସମ୍ପର୍କରେ ପୋଲିସ ଖବର ପାଇ ଏହି ସାଇବର ଅପରାଧୀଙ୍କ ନେଟଓ୍ବାର୍କକୁ ନଷ୍ଟ କରିବାରେ ସକ୍ଷମ ହୋଇପାରିଛି ।
@PTI