ଓଡିଶା

odisha

ETV Bharat / bharat

ଝାଡ଼ଖଣ୍ଡ ନିର୍ବାଚନ: ଉଭୟ ଆସନରୁ ଜିତିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନ - ଉଭୟ ଆସନରୁ ଜିତିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କ ମୁଖ୍ୟମନ୍ତ୍ରୀ ହେବା ରାସ୍ତା ପରିଷ୍କାର ହୋଇଯାଇଛି। ସେ ଉଭୟ ଦୁମକା ଏବଂବରହୈତ ବିଧାନସଭା ଆସନରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

Hemant Soren wins both assembly constituency
ଫାଇଲ ଫଟୋ

By

Published : Dec 23, 2019, 8:19 PM IST

ରାଞ୍ଚି: ଝାଡ଼ଖଣ୍ଡରେ ବିଜେପି କ୍ଷମତାଚ୍ୟୁତ ହେବା ସହ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କ ମୁଖ୍ୟମନ୍ତ୍ରୀ ହେବା ରାସ୍ତା ପରିଷ୍କାର ହୋଇଯାଇଛି। ହେମନ୍ତ ସୋରେନ ଉଭୟ ଦୁମକା ଏବଂ ବରହୈତ ବିଧାନସଭା ଆସନରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଦୁମକା ବିଧାନସଭା କ୍ଷେତ୍ରରେ ସୋରେନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ 13,188 ଭୋଟରେ ପରାସ୍ତ କରିଥିବା ବେଳେ ବରହୈତ ବିଧାନସଭା କ୍ଷେତ୍ରରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ 25,740 ଭୋଟରେ ପରାସ୍ତ କରିଛନ୍ତି।

ସେପଟେ ଝାଡଖଣ୍ଡରେ ପୁଣିଥରେ ଇତିହାସର ପୁନରାବୃତ୍ତି ହୋଇଛି । ରାଜ୍ୟରେ ଗତ 19 ବର୍ଷରେ ବିଧାନସଭା ନିର୍ବାଚନରେ କୌଣସି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଜନାଦେଶ ମିଳିନାହିଁ । ଯାହା ଏଥର ମଧ୍ୟ ଦୋହରିଛି । ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜମଶେଦପୁର ପୂର୍ବ ଆସନରୁ ପରାଜୟ ମୁହାଁ ହୋଇଛନ୍ତି। ସେ ନିଜ ପ୍ରତିଦ୍ବନ୍ଦୀ ତଥା ବିଜେପିର ବିଦ୍ରୋହୀ ନେତା ସରଜୁ ରାୟଙ୍କ ଠାରୁ 11 ହଜାର ଭୋଟରେ ପଛୁଆ ଅଛନ୍ତି।

ABOUT THE AUTHOR

...view details